ସାଧାରଣତଃ ଅନେକ ବ୍ୟକ୍ତି ଟ୍ରେନରେ ଯାତ୍ରା କରିବା ସମୟରେ କାର୍ୟ୍ୟବ୍ୟସ୍ତତା ଚକ୍କରରେ ଟିକେଟ୍ କରିବା ଭୁଲି ଯାଆନ୍ତି। ଯାହା ଫଳରେ ତାଙ୍କ ମନରେ ଟିଟି (ଟିକେଟ ଚେକ୍ କାରିବା ବ୍ୟକ୍ତି)ର ଭୟ ଲାଗିରହିଥାଏ। ଏହାର ଫାଇଦା ମଧ୍ୟ କିଛି ଟିଟି ଉଠାଇଥାନ୍ତି ।ଯାହା ଦ୍ବାରା ସେମାନେ ଯାତ୍ରୀଙ୍କ ଠାରୁ ନାହିଁ ନଥିବା ଜରିମାନା ଆଦାୟ କରିଥାନ୍ତି। ଏବେ ଯଦି ବିନା ଟିକେଟ ଟିଟି ଆପଣଙ୍କୁ ଧରୁଛି ତେବେ ଡ଼ରନ୍ତୁ ନାହିଁ। କାରଣ କେବଳ ୧୦ଟଙ୍କା ଅଧିକା ଦେୟରେ ଆପଣ ଟିଟିଙ୍କ ଠାରୁ ସେହି ଯାତ୍ରାର ଆଧିକାରୀ ଟିକେଟ ହାସଲ କରିପାରିବେ।
ଟିଟିଆଇ ମାନଙ୍କ ପାଖରେ ସରକାରଙ୍କ ଦ୍ବାରା ଦିଆଯାଇଥିବା ହ୍ୟାଣ୍ଡ ହୋଲ୍ଡ ମେସିନ୍ ରହିଛି। ଯାହା ଦ୍ବାରା ଆପଣଙ୍କ ନାମର ଟିକେଟ ଆପଣଙ୍କୁ ନିର୍ଦ୍ଦିଷ୍ଟ ଟିକେଟ ମୂଲ୍ୟରେ ଆପଣଙ୍କୁ ମିଳିବ।ଏହି ମେସିନକୁ ରେଲୱେ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ସହ ଯୋଡ଼ା ଯାଇଛି। ତେବେ ଏହି ସୁବିଧା ବର୍ତ୍ତମାନ ପର୍ୟ୍ୟନ୍ତ କେବଳ ସୁପରଫାଷ୍ଟ ଟ୍ରେନ୍ ଗୁଡ଼ିକରେ ଆରମ୍ଭ କରାଯାଇଛି। କିନ୍ତୁ ବହୁ ଶୀଘ୍ର ଏହାକୁ ଅନ୍ୟ ସମସ୍ତ ଟ୍ରେନ୍ ଗୁଡ଼ିକରେ ମଧ୍ୟ ଲାଗୁ କରାଯିବ।
ଧ୍ୟାନ ଦିଅନ୍ତୁ ଏଥିପାଇଁ କିନ୍ତୁ ଟିକେଟ ଚେକ କରିବା ପୂର୍ବରୁ ଆପଣଙ୍କୁ ନିଜ ତରଫରୁ ଟିଟିଙ୍କ ସହ ସଂପର୍କ କରିବାକୁ ପଡ଼ିବ। ଯଦି ଆପଣ ଟିକେଟ ଚେକିଂ ସମୟରେ ଧରା ପଡ଼ୁଛନ୍ତି ତେବେ ଏଥିପାଇଁ ନିର୍ଦ୍ଧାରିତ ଜରିମାନା ଆପଣଙ୍କୁ ଦେବାକୁ ପଡ଼ିବ ।