Below header

ଗାନ୍ଧୀଜୀଙ୍କ ଅହିଂସା ଅସ୍ତ୍ରର ଏବେବି ପ୍ରାସଙ୍ଗିକତା ଅଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ ହିଂସାର ସ୍ଥାନ ନାହିଁ । ଗାନ୍ଧୀଜୀ ଆମକୁ ଅହିଂସାର ଅସ୍ତ୍ର ପ୍ରଦାନ କରିଛନ୍ତି । ଯାହାର ପ୍ରାସଙ୍ଗିକତା ଏକବିଂଶ ଶତାବ୍ଦୀରେ ମଧ୍ୟ ରହିଛି । ୭୨ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଆହୁରି କହିଛନ୍ତି, ଅଗଷ୍ଟ ୧୫ ହେଉଛି ରାଷ୍ଟ୍ର ନିର୍ମାଣର ସଂକଳ୍ପ ପୂର୍ଣ୍ଣ କରିବାର ଦିନ । ଯେମିତି ଦେଶକୁ ସ୍ୱାଧୀନ କରିବାରେ ସବୁ ବର୍ଗର ଲୋକ ଏକାଠି ହୋଇଥିଲେ ଠିକ୍‌ ସେମିତି ଦେଶର ବିକାଶ ଏବଂ ଦାରିଦ୍ର୍ୟରୁ ମୁକ୍ତି ଦେବା ଲାଗି ଆମ ସମସ୍ତଙ୍କୁ କାମ କରିବାକୁ ହେବ । ଦେଶର ବିକାଶ ଆମ ସହିଦମାନଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ।

ଏହି କାର୍ଯ୍ୟରେ କୃଷକ ଓ ସୈନିକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେମାନଙ୍କ ସମେତ ମହିଳାଙ୍କ ବିକାଶ ଦିଗରେ ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି । ଯୁବ ପିଢ଼ି ଦେଶର ଆଶା ଓ ଆକାଂକ୍ଷାକୁ ପୂରଣ କରିବେ । ତେଣୁ ସେମାନଙ୍କ ଦକ୍ଷତାର ବିକାଶ ଜରୁରୀ । ସେ ଦିଗରେ ଉଦ୍ୟମ ଜାରି ରହିଥିବା ରାଷ୍ଟ୍ରପତି କହିଛନ୍ତି । ଗାନ୍ଧୀଜୀ କହୁଥିଲେ ‘ବସୁଧୈବ କୁଟୁମ୍ବକମ’ । ତେଣୁ ବିଶ୍ୱର ଯେକୌଣସି ଦେଶକୁ ସହାୟତା କରିବାରେ ଆମେ ଆଗରେ ଅଛୁ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.