ଏଠି ଯୁବତୀମାନେ ଭଡ଼ାରେ ନେଇପାରିବେ ନିଜ ମନପସନ୍ଦର ବୟଫ୍ରେଣ୍ଡ! ନୂଆ ବିଜନେସ୍‌କୁ ନେଇ ବଢ଼ୁଛି ଚାହିଦା

ଜାପାନରେ ବୟଫ୍ରେଣ୍ଡ ଭଡ଼ାରେ ନେବାର ଏକ ନୂଆ ବିଜନେସ୍‌ ଆରମ୍ଭ ହୋଇଛି। ଏଥିରେ ଜାପାନୀ ଯୁବତୀଙ୍କ ମଧ୍ୟରେ ବେଶ୍‌ ଚାହିଦା ଦେଖିବାକୁ ମିଳୁଛି।ଯୁବତୀମାନଙ୍କୁ ମିଳୁଥିବା ଏହି ସର୍ଭିସ୍‌ର ନାଁ ରଖାଯାଇଛି ‘ରୋଜଶିପ୍‌’। ଏହା ଅଧୀନରେ ସିଙ୍ଗଲ୍‌ ଯୁବତୀମାନେ ନିଜ ମନପସନ୍ଦର ଯୁବକଙ୍କୁ ସହଜରେ ଚୟନ କରିପାରିବେ। ଏହି ସର୍ଭିସ୍‌ର ମୂଲ୍ୟ ବୟଫ୍ରେଣ୍ଡମାନଙ୍କ ବୁକିଂ ଟାଇମ୍‌ ଅନୁସାରେ ଧାର୍ଯ୍ୟ କରାଯାଇଥାଏ।

boyfriend1

ଯଦି କୌଣସି ଯୁବତୀ ଜଣେ ଯୁବକଙ୍କୁ ୨ରୁ ୪ଘଣ୍ଟା ପାଇଁ ବୁକ୍‌ କରିଥାଏ, ତା’ହେଲେ ଏଥିପାଇଁ ତାଙ୍କୁ ୧୬୨ ଡଲାରରୁ ୩୨୫ ଡଲାର ପଯ୍ୟର୍ନ୍ତ ଭଡ଼ା ଦେବାକୁ ପଡ଼ିଥାଏ, ଯାହାକି ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୧୧ ହଜାର ୫୦୦ରୁ ୨୩ ହଜାର ଟଙ୍କା। ଏହି ସର୍ଭିସ୍‌ରେ ଏକ ଗୁଡ୍‌ ନାଇଟ୍‌ ପ୍ୟାକେଜ୍‌ ମଧ୍ୟ ରହିଛି, ଯେଉଁଥିରେ ଯୁବତୀମାନଙ୍କୁ ଗୋଟିଏ ରାତି ପାଇଁ ଯୁବକଙ୍କୁ ବୁକ୍‌ କରିବାକୁ ପଡ଼ିଥାଏ। ଏହି ପ୍ୟାକେଜ୍‌ର ଦାମ୍‌ ରହିଛି ୪୦୦ରୁ ୮୦୦ ଡଲାର। ଅର୍ଥାତ୍‌ ଭାରତୀୟ ମୁଦ୍ରା ଅନୁସାରେ ୨୮ ହଜାର ୪୦୦ରୁ ୫୬ ହଜାର ୮୦୦ ଟଙ୍କା। ଏଥିରେ ଯୁବତୀମାନେ ଭଡ଼ାରେ ଆଣିଥିବା ବୟଫ୍ରେଣ୍ଡଙ୍କ ସହ ଗୋଟିଏ ରାତିରେ ୬ରୁ ୧୬ ଘଣ୍ଟା ପଯ୍ୟର୍ନ୍ତ ବିତାଇପାରିବେ। ମୋଟାମୋଟି ଭାବେ କହିବାକୁ ଗଲେ, ଯେତେ ଲମ୍ବା ସର୍ଭିସ୍‌ ସେତେ ଅଧିକ ସୁବିଧା ମିଳିପାରିବ।

ଏହାସହ ପଢ଼ନ୍ତୁ: ଏହି ଦେଶର ଯୁବତୀମାନଙ୍କୁ ବିବାହ କଲେ ଆପଣ ହୋଇପାରିବେ ଲକ୍ଷପତି! କିନ୍ତୁ ଜାଣନ୍ତୁ କ’ଣ ରହିଛି ପ୍ରକୃତ ସତ?

କେବଳ ଏତିକି ନୁହେଁ, ଆଉ ଏକ ସର୍ଭିସ୍‌ରେ ଯୁବକମାନେ ନିଜ ଗର୍ଲଫ୍ରେଣ୍ଡଙ୍କ ପାଇଁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ବନେଇପାରିବେ। ଓ୍ଵାଇନ୍‌ ପିଇବା ସହ ସୁଖଦୁଃଖ ମଧ୍ୟ ସେୟାର କରିପାରିବେ। ଏହି ସର୍ଭିସ୍‌ରେ ଯୁବତୀ କିମ୍ବା ମହିଳାଙ୍କ ବୟସ ୩୦ରୁ ୪୦ ବର୍ଷ ଏବଂ ଯୁବକଙ୍କ ବୟସ ୨୦ରୁ ୩୦ ବର୍ଷ ରହିଛି। ମହିଳାମାନେ ଯେତେ ଚାହିଁବେ, ସେତେଜଣ ବୟଫ୍ରେଣ୍ଡଙ୍କୁ ଭଡ଼ାରେ ନେଇପାରିବେ।

Leave A Reply

Your email address will not be published.