ଯାଜପୁର: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା 4 ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର ଟାଉନ(କେନ୍ୟୁଜ୍): ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା 4 ବଖରା ଘର,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ, ବିଂଝାରପୁର ବ୍ଲକ ରାହସ ଗୁହାଳି ଗାଁ ରେ ଘଟିଛି ଏଭଳି ଅଘଟଣ। ଗାଁ ର ବିଜୟ ମଲ୍ଲିକ ଙ୍କ ଘରେ ଆଜି ଅପରାହ୍ନରେ ଗ୍ୟାସ ଟାଙ୍କି ହଠାତ ବିସ୍ଫୋରଣ ଘଟିଥିଲା। ଫଳରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

Leave A Reply

Your email address will not be published.