ଓଜସ୍ୱିନୀ ଭାଷଣ ପାଇଁ ଲୋକପ୍ରିୟ ବାଜପେୟୀ ଯେତେବେଳେ ଅଧାରେ ଭୁଲି ଯାଇଥିଲେ ପ୍ରଥମ ଭାଷଣ . . .

ଅଟଳ ବିହାରୀ ବାଜପେୟୀ କେବଳ ଜଣେ ଭଲ ରାଜନେତା ନୁହଁନ୍ତି ବରଂ ଭଲ ବକ୍ତା ମଧ୍ୟ । ତାଙ୍କର ବାକ୍ ଚାତୁରୀ ଏବଂ ମଧୁର ବାଣୀରେ ଏମିତି ଯାଦୁ ଥାଏ ଯେ ବିରୋଧୀ ମଧ୍ୟ ପ୍ରଶଂସା ନକରି ରହିପାରିବେନି । ଶବ୍ଦର ସୌଦଗର ଥିଲେ ଅଟଳ ବିହାରୀ ବାଜପେୟୀ । ତାଙ୍କ ପାଖରେ ଶବ୍ଦର ଏପରି ଭଣ୍ଡାର ଥାଏ ଯାହା ଦ୍ବାରା ସେ ବଡ଼ ବଡ଼ କଥା ସହଜରେ କହିପାରୁଥିଲେ । ତାଙ୍କ ଭାଷଣ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ । ସାଧାରଣ ଜନତାଙ୍କଠାରୁ ନେଇ ରାଜନେତା ଯାଏଁ ସମସ୍ତେ ତାଙ୍କ ଭାଷଣ ଶୁଣିବାକୁ ଅପେକ୍ଷା କରିରହୁଥିଲେ । ତାଙ୍କ ଭାଷଣ ଶୈଳୀର ଦିୱାନା ଲକ୍ଷ ଲକ୍ଷ ଲୋକ ଆଉ ଲୋକପ୍ରିୟତାର ନାହିଁ ସୀମା । ସଂସଦରୁ ନେଇ ସଭା ଯାଏଁ ଅନେକ ସ୍ମରଣୀୟ ଭାଷଣ ଦେଇଛନ୍ତି ବାଜପେୟୀ ।

କିନ୍ତୁ ବାଜପେୟୀଙ୍କ ଯେଉଁ ଭାଷଣର ସାରା ବିଶ୍ବ ଦିୱାନା ସେହି ବାଜପେୟୀ ନିଜର ପ୍ରଥମ ଭାଷଣ ମଝିରେ ଭୁଲି ଯାଇଥିଲେ । ଯାହା ପରେ ଭାଷଣ ମଝିରେ ବନ୍ଦ କରି ଷ୍ଟେଜରୁ ଚାଲିଯାଇଥିଲେ । ଏହି ଘଟଣା ଅଟଳ ବିହାରୀଙ୍କ ଜୀବନ ଉପରେ ଆଧାରିତ ବହିରେ ଲେଖିଛନ୍ତି ଡ. ପ୍ରୀତମ ସିଂହ । ଘଟଣାଟି ଗୁଜୁରାଟ ବଡ଼ନଗରର ସେ ସ୍କୁଲ ବାର୍ଷିକୋତ୍ସବର ଯେଉଁଠାରେ ବାଜପେୟୀଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ପ୍ରଧାନଶିକ୍ଷକ ଥିଲେ । ବାର୍ଷିକୋତ୍ସବରେ ଭାଷଣ ଦେବା ପାଇଁ ମଂଚରେ ପହଂଚିଥିଲେ । କିନ୍ତୁ ମଝିରେ ଅଟକିଯାଇଥିଲେ । ଯାହା ଫଳରେ ଭାଷଣ ଅଧାରେ ବନ୍ଦ କରି ଆସିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.