ଆଜିିକାଲି ସେଲ୍ଫି ଉଠାଇବା ଏକ ସାଧାରଣ କଥା। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜର ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। କେବଳ ମଣିଷ ନୁହେଁ, ଗଛ ମଧ୍ୟ ସେଲ୍ଫି ଉଠାଉଛି। ପଢ଼ିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏବେ ଏକ ଗଛ ନିଜ ଫଟୋ ନିଜେ ଉଠାଉଥିବା ଦେଖିବାକୁ ମିଳିଛି।
ଏହାସହ ପଢନ୍ତୁ: WhatsAppରେ ଅନ୍ୟମାନଙ୍କ Status ଡାଉନ୍ଲୋଡ୍ କରିବା ଏବେ ହେଲା ସହଜ, ଜାଣନ୍ତୁ ସରଳ ଉପାୟ
ଲଣ୍ଡନର ଏକ ଗଛ ନିକଟରେ ଦୁନିଆର ପ୍ରଥମ ସେଲ୍ଫିି ନେଇଛି। ଚିଡ଼ିଆଖାନାରେ ଥିବା ଏହି ଗଛ ନିଜେ ଶକ୍ତି ସୃଷ୍ଟି କରିଥାଏ ଏବଂ ପ୍ରତି ୨୦ ସେକେଣ୍ଡରେ ଥରେ ଫଟୋ ଉଠାଇଥାଏ। ବୈଜ୍ଞାନିକଙ୍କ କହିବାନୁସାରେ, ଓ୍ଵାଇଲ୍ଡ ଲାଇଫ୍ର ମନିଟରିଂ କରିବା ପାଇଁ ଏହା ଏକ ସହଜ ଉପାୟ। ଏହା ସାହାଯ୍ୟରେ କେତେକ ଗବେଷଣା କରାଯାଇପାରିବ। ଜୁଲୋଜିକାଲ ସୋସାଇଟି ଅଫ୍ ଲଣ୍ଡନର ସୂଚନା ମୁତାବକ ଗଛରେ ଲାଗିଥିବା ପାଓ୍ଵାର କ୍ୟାମେରା ଏବଂ ସେନ୍ସର ସେଲ୍ଫି ନେବାରେ ସାହାଯ୍ୟ କରିଥାଏ।
ଲଣ୍ଡନର ଚିଡ଼ିଆଖାନାରେ ଜୁଲୋଜିକାଲ ସୋସାଇଟି ଅଫ୍ ଲଣ୍ଡନର ବୈଜ୍ଞାନିକମାନେ ମାଇକ୍ରୋବିୟଲ ଫ୍ୟୁଲ ସେଲ୍ ବିକଶିତ କରିଛନ୍ତି। ଏହି ଡିଭାଇସ୍ ମାଇକ୍ରୋଅର୍ଗାନିଜମ୍ର ଉପସ୍ଥିତିରେ କେମିକାଲ ଏନର୍ଜିକୁ ବଦଳାଇଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏହି କ୍ୟାମେରା ସାହାଯ୍ୟରେ ଜଙ୍ଗଲର ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ହେବ। ଏହି ଟେକ୍ନିକ୍ର ବ୍ୟବହାର ଫର୍ନ ଭଳି ଛାଇରେ ଲାଗିଥିବା ଗଛରେ କରାଯାଇପାରିବ। ଏହି ଗଛ ଏକ ଖାସ୍ ଉର୍ଜା ସୃଷ୍ଟି କରିଥାଏ, ଯାହାର ବ୍ୟବହାର ଗଛରେ ଲାଗିଥିବା କ୍ୟାମେରା ଏବଂ ସେନ୍ସରର ଇନ୍ଧନ ଭାବେ କରାଯାଇଥାଏ।
ସୋସାଇଟିର ସଂରକ୍ଷଣକର୍ତ୍ତା ଡେବିସ୍ଙ୍କ କହିବାନୁସାରେ, ଗଛ ଯେତେ ବଢ଼ିବ ସେଥିରେ ସେହି ପରିମାଣରେ ବାୟୋମିଟର ଏକାଠି ହେବ। ଏହା ପ୍ରାକୃତିକ ରୂପେ ବ୍ୟାକ୍ଟେରିଆଙ୍କ ଖାଦ୍ୟର କାମ କରିଥାଏ। ଏହି ବ୍ୟାକ୍ଟେରିଆ ମାଟିରେ ଦେଖିବାକୁ ମିଳିଥାନ୍ତି ଏବଂ ଏହା ସାହାଯ୍ୟରେ ଫ୍ୟୁଲ ସେଲ ଡିଭାଇସ୍ରେ ଉର୍ଜା ସୃଷ୍ଟି କରିଥାଏ। ଏହାର ବ୍ୟବହାର ସେନ୍ସର ଏବଂ କ୍ୟାମେରା ପାଇଁ କରାଯାଇଥାଏ।
video courtesy: BBC
ଅଧିକାଂଶ ମାମଲାରେ ଉର୍ଜାର ବ୍ୟବହାର ମାତ୍ର କିଛି ଦିନ ପାଇଁ ହୋଇଥାଏ। ଯଥା: ବ୍ୟାଟେରୀ ଓ ସୋଲାର ପ୍ୟାନେଲ। ମାତ୍ର ଏହା ଛାଇରେ ସୃଷ୍ଟି ହେଉଥିବା ଏକ ଅସରନ୍ତି ଉର୍ଜା ଭାବେ କାମ କରିବ। ଏକ ଫ୍ୟୁଲ ସେଲ୍ ୦.୧ ମିଲି ଓ୍ଵାଟ୍ ପାଓ୍ଵାର ଜେନେରେଟ୍ କରିଥାଏ। ଏଭଳି କେତେକ ସେଲ୍କୁ ଏକାଠି କରି ଡିଭାଇସ୍ ନିର୍ମାଣ କରାଯାଇଛି। ଏହି ଯନ୍ତ୍ର ତାପମାତ୍ରା, ଆର୍ଦ୍ରତା, ଗଛର ବୃଦ୍ଧି ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିବ।