ପୁଣି ଝଟକା ଦେଲା ରିଲାଏନ୍ସ ଜିଓ, ବନ୍ଦ ହେଲା ଏହି ଦୁଇଟି ଶସ୍ତା ଡାଟା ପ୍ୟାକ

ପୁଣି ଝଟକା ଦେଲା ରିଲାଏନ୍ସ ଜିଓ। ଟେଲିକମର ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ IUC ଚାର୍ଜ ଲଗାଇବା ପରେ ନିଜର ଉପଭୋକ୍ତା ମାନଙ୍କୁ ପୁଣିଥରେ ଏକ ବଡ଼ ଝଟକା ଦେଇଛି। IUC ଚାର୍ଜ ସହିତ ପ୍ଲାନ ଆସିବା ପରେ କମ୍ପାନୀ ୧୯ ଓ ୫୨ ଟଙ୍କାର ରିଚାର୍ଜ ପ୍ୟାକକୁ ବନ୍ଦ କରିଦେଇଛି । ଯେଉଁ ୟୁଜର୍ସ ମାନେ ଅନ୍ୟ ନେଟୱାର୍କ ଅଧିକ କଲ କରିଥାନ୍ତି ସେମାନଙ୍କ ପାଇଁ ଅକ୍ଟୋବର ୧୦ ତାରିଖରେ ଜିଓ IUCର ଚାରୋଟି ପ୍ୟାକ ଭାରତୀୟ ବଜାରକୁ ଆଣିଥିଲା । ଏହାସହିତ ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ଏକ୍ସଟ୍ରା ଡାଟା ମଧ୍ୟ ମିଳିବ।

ଏହାସହ ପଢନ୍ତୁ ଏୟାରସେଲର ଗ୍ରାହକ ସାବଧାନ, ୩୧ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର

ସୂଚନା ଅନୁଯାୟୀ ଉପଭୋକ୍ତାମାନଙ୍କୁ ୧୯ଟଙ୍କାର ରିଚାର୍ଜ ପ୍ୟାକରେ ଅନଲିମିଟେଡ଼ କଲିଂ ଓ ୧୫୦ MBର ଡାଟା ମିଳୁଥିଲା ଏହାସହିତ ୨୦ଟି ଏସଏମଏସର ସୁବିଧା ମଧ୍ୟ ଦିଆଯାଇଥିଲା । ଅନ୍ୟପଟେ ୫୨ ଟଙ୍କାର ରିଚାର୍ଜ ପ୍ୟାକରେ ଉପଭୋକ୍ତାମାନଙ୍କୁ ୧.୫ GB ଡାଟା ଏବଂ ଅନଲିମିଟେଡ଼ କଲ ମଧ୍ୟ ଦିଆଯାଉଥିଲା । ଏହା ବ୍ୟତୀତ ୭୦ଟି ଏସଏମଏସର ଫାଇଦା ମଧ୍ୟ ମିଳୁଥିଲା । ତେବେ ବର୍ତ୍ତମାନ ଜିଓ ଏହି ଦୁଇଟି ପ୍ୟାକକୁ ବନ୍ଦ କରିଦେଇଛି । ବର୍ତ୍ତମାନ ବ୍ୟବହାରକାରୀଙ୍କ ପାଇଁ ୧୦ ଟଙ୍କାରୁ ନେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ IUC ଚାର୍ଜ ପ୍ୟାକ ଉପଲବ୍ଧ କରାଯାଇଛି ।

 

Image result for jio

ରିଲାଏନ୍ସ ଏହି ଦୁଇଟି ରିଚାର୍ଜ ପ୍ଲାନକୁ ପୁଣିଥରେ ୨୦୨୦ରେ ଲଞ୍ଚ କରିବ ବୋଲି ସୂଚନା ମିଳିଛି । ଏହାସହିତ TRAI ୨୦୨୦ ଜାନୁଆରୀ ୧ ତାରିଖ ବେଳକୁ IUC ଚାର୍ଜ ହଟାଇପରେ, ଯଦିଓ ଏପର୍ଯ୍ୟନ୍ତ ଟ୍ରାଇ IUCକୁ ନେଇ କୌଣସି ଆଧିକାରିକ ସୂଚନା ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.