ମୋହନା(କେନ୍ୟୁଜ୍): ଚଳନ୍ତା ବସରୁ ଲ୍ୟାପଟପ ଏବଂ ମୋବାଇଲ ଲୁଟ ଘଟଣାରେ ଅଡବା ପୋଲିସ ୩ ଜଣ ନାବାଳକ ଙ୍କୁ ଗିରଫ କରିଛି l ସମସ୍ତ ଗିରଫ ହୋଇଥିବା ନାବାଳକ ଅଡବା ଥାନା ଅନ୍ତର୍ଗତ ପୁଞ୍ଜାସର୍ଗି ଗ୍ରାମର। ଗତ ଜୁଲାଇ ମାସରେ ଏକ ଯାତ୍ରୀବାହୀ ବସ ବ୍ରହ୍ମପୁରରୁ ରାୟଗଡା ଯିବାବେଳେ ଫୁଲଛାଞ୍ଚୁଣି ଘାଟି ରେ କିଛି ଦୁର୍ବୁତ୍ତ ବସ ଉପରେ ଚଢି ଉକ୍ତ ମୋବାଇଲ ଏବଂ ଲ୍ୟାପଟପ ଚୋରି କରିଥିଲେ l ପୋଲିସ ନାବାଳକ ମାନଙ୍କଠାରୁ ୪ଟି ଏଲ.ଇ. ଡି ଏବଂ ୨୬ ଟି ମୋବାଇଲ ଜବତ କରିବା ସହ ଘଟଣାର ତଦନ୍ତ ଜାରିରଖିଥିବା ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକରଞ୍ଜନ ଜଗଦଲା କହିଛନ୍ତି l