ଏହା ହେଉଛି ଏକ ଦାମୀ ବିରଳ ମାଛ, ଯାହାକୁ ଧରି ଧୀବର ମାନେ ହୋଇଥାନ୍ତି ମାଲାମାଲ

ଭିନ୍ନ ଭିନ୍ନ ଆକୃତି ତଥା ଭିନ୍ନ ଭିନ୍ନ ରଙ୍ଗର ମାଛ ସର୍ବଦା ଆକୃଷ୍ଟ କରିଥାଏ । ପାଣି ମଧ୍ୟରେ ବାସ କରୁଥିବା ଏହି ସୁନ୍ଦର ଜୀବ ବିଷୟରେ ଅଧିକ ଜାଣିବା ପାଇଁ ମନରେ ଏକ ଉତ୍ସୁକତା ଭରିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିକଟରେ ଜଣେ ମାଛ ଧରାଳିଙ୍କୁ ଏମିତି ମାଛ ମିଳିଛି ଯାହା ତାଙ୍କୁ ଅଳ୍ପ କିଛି ଦିନ ଭିତରେ ମାଲାମାଲ କରିଦେଇଛି । ଖାଲି ସେ ନୁହେଁ ଏ ଧରଣର ମାଛକୁ ଯିଏ ଧରେ ତା ଉପରେ ଧନର ବର୍ଷା ହୋଇଥାଏ । ଖାସ କଥା ହେଉଛି ଏହି ମାଛଟି ଦେଖିବାକୁ ଯେତିକି ସୁନ୍ଦର ତା ସ୍ୱାଦ ମଧ୍ୟ ସେତେ ସୁନ୍ଦର । ଏହି ବିଶେଷତା କାରଣରୁ ହିଁ ଏହି ଧରଣର ମାଛର ଦାମ ଆକାଶ ଛୁଆଁ ହୋଇଥାଏ । ବ୍ରାଜିଲ ବଡ ବଡ ହୋଟେଲ ମାନଙ୍କର ସେଫ ମାନେ ଏହି ମାଛର ସ୍ୱାଦକୁ ପରଖି ପାରି ଥିବାରୁ ବେଶ ଅଧିକ ମୂଲ୍ୟ ଦେଇ ମାଛ ଧରାଳି ମାନଙ୍କ ଠାରୁ ଏହାକୁ କିଣିଥାନ୍ତି ।

piraruku

ଫଳରେ ଯେଉଁ ମାଛ ଧରାଳି ଏହାକୁ ଧରନ୍ତି ସେମାନଙ୍କ ଭାଗ୍ୟ ଯେପରି ଏକ ପ୍ରକାର ଖୋଲିଯାଏ । କିଛି ଦିନ ପୂର୍ବରୁ ଏହି ଧରଣର ମାଛକୁ ବିଲୁପ୍ତ ପ୍ରାୟ ଶ୍ରେଣୀରେ ଧରା ଯାଉଥିବା ବେଳେ କିନ୍ତୁ ପୁଣି ଥରେ ଏହି ମାଛକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ତାଜା ପାଣିରେ ବସବାସ କରୁଥିବା ଏହି ମାଛର ନାଁ ହେଉଛି ପିରାରୁକୁ । ଏହି ମାଛଟି ବ୍ରାଜିଲ ଠାରେ ଥିବା ଆମଜାନ ରାଜ୍ୟରେ ଥିବା ଏକ ରିଜର୍ଭରୁ ମିଳିଥାଏ । ପିରାରୁକୁର ଧଳା ମାଂସ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଏହାର ଲମ୍ବା ୩ ମିଟର ହୋଇପାରିବା ସହ ଓଜନ ୨୦୦ କିଲୋଗ୍ରାମର ହୋଇଥାଏ । ଏହି ଧରଣର ମାଛ କେବଳ ମାତ୍ର ଆମାଜନ ଜଙ୍ଗଲରୁ ମିଳି ପାରିଥାଏ । ଏହି ମାଛ ତାଜା ପାଣିରେ ବସବାସ କରୁଥିବା ମାଛ ମାନଙ୍କ ଭିତରେ ସବୁଠାରୁ ବଡ ଓ ସ୍ୱାଦିଷ୍ଟ ହୋଇଥାଏ ।

piraruku

ରିଓ ଡି ଜେନେରିଓ ଠାରେ ଥିବା କିଛି ପାରମ୍ପରିକ ହୋଟେଲରେ ଏହି ମାଛକୁ ସ୍ୱତନ୍ତ୍ର ପ୍ରଜାତିର ବାଦାମ ଓ ଅଟା ସହ ତିଆରି କରାଯାଇଥାଏ । ଏହି ମାଛ ତରକାରୀ ଯେତିକି ସୁନ୍ଦର ଦେଖାଯାଇଥାଏ ବାସ୍ତବରେ ତାହା ସେତିକି ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । ମାଛର ବିଲୋପ କାରଣରୁ କିଛି ଦିନ ପୂର୍ବରୁ ହୋଟେଲ ମେନୁରୁ ଏହାକୁ ଗାୟବ କରାଯାଇଥିଲା । ଏହି ସ୍ୱତନ୍ତ୍ର ପ୍ରଜାତି ମାଛର ପ୍ରଜନନ,ସଂରକ୍ଷଣ ଓ ଶିକାର ଉପରେ ବ୍ରାଜିଲର ଏକ ସଂସ୍ଥା କଡା ନଜର ରଖିଥାଏ

ଏହା ସହ ପଢନ୍ତୁ: ଚନ୍ଦ୍ରୟାନ-୨ ଖୋଲିଲା ଚନ୍ଦ୍ରରେ ଥିବା ଦାଗର ପ୍ରକୃତ ରହସ୍ୟ

ଏହି ମାଛର ପ୍ରଜନନ ସମୟରେ ଏଗୁଡିକ ଧରିବା ସହ ବ୍ରାଜିଲର ହୋଟେଲ ମାନଙ୍କରେ ଏଗୁଡିକର ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଏହି ଧରଣ ମାଛର ସଂରକ୍ଷଣ ପ୍ରାୟ ୨୦ ବର୍ଷ ପୂର୍ବରୁ ହିଁ ଆରମ୍ଭ ହୋଇଥିଲା । ଆମାଜନ କ୍ଷେତ୍ରରେ ଏହି ସ୍ୱତନ୍ତ୍ର ଧରଣର ମାଛର ସଂରକ୍ଷଣ ପ୍ରାୟ ୨୦ ବର୍ଷ ପୂର୍ବରୁ ହିଁ ଆରମ୍ଭ ହୋଇଥିଲା । ୧୯୯୯ ମସିହାରେ ଏହି ମାଛ ଗୁଡିକର ସଂଖ୍ୟା ହ୍ରାସ ପାଇ ୨୫୦୦ରେ ପହଞ୍ଚି ଯାଇଥିଲା । ତାହା ପରେ ବିଭିନ୍ନ ସଂରକ୍ଷଣ ସଂସ୍ଥା ବିଭିନ୍ନ ବ୍ୟବସ୍ଥାମାନ ଗ୍ରହଣ କରି ଏହାର ସଂଖ୍ୟାକୁ ୨ ଲକ୍ଷ ପାଖାପାଖିରେ ପହଞ୍ଚାଇ ପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.