ମେ ଫେୟାରରେ ଏମିତି ପାଳନ ହେଲା କେକ ମିକ୍ସିଂ ସେରିମନି, ଦେଖନ୍ତୁ କଣ ଥିଲା ଖାସ

ଆଗକୁ ଆସୁଛି ବଡଦିନ ବା ଖ୍ରୀଷ୍ଟମାସ । ଏହି ଦିନରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ପାଇଁ ବହୁ ବଡ଼ ଦିନ । ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିନ। କିନ୍ତୁ ବାଇବେଲରେ ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଜନ୍ମ ତାରିଖ ନାହିଁ । ତଥାପି ସବୁ ବର୍ଷ ଡିସେମ୍ବର ୨୫କୁ ଖ୍ରୀଷ୍ଟମାସ ରୂପେ ପାଳନ କରାଯାଏ। ଏହି ତାରିଖକୁ ନେଇ ବହୁତ ବାଦ ବିବାଦ ମଧ୍ୟ ହୋଇଥିଲା କିନ୍ତୁ ୩୩୬ ଖ୍ରୀଷ୍ଟପୂର୍ବରୁ ପ୍ରଥମ ରୋମାନ ସମ୍ରାଟଙ୍କ ସମୟରେ ପ୍ରଥମେ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରାଗଲା। ଏହାର କିଛି ବର୍ଷ ପରେ ପୋପ ଜୁଲିୟସ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ୨୫ ଡିସେମ୍ବରରେ ପାଳନ କରାଯିବ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଗଲା ।

jesus christ factsସେବେଠାରୁ ଏହି ପର୍ବକୁ ସମସ୍ତେ ପାଳନ କରିବାକୁ ଲାଗିଲେ। ତେବ ବିଦେଶରେ ଖ୍ରୀଷ୍ଟମାସ ପୂର୍ବରୁ ସମସ୍ତ ସ୍କୁଲ, କଲେଜ ଏବଂ ଅଫିସକୁ ଛୁଟି ଘୋଷଣା କରିଦିଆଯାଏ। ସାରା ସହର ଏବଂ ବଜାରକୁ ଖ୍ରୀଷ୍ଟମାସ ଟ୍ରୀ ଏବଂ ବିଭିନ୍ନ ଲାଇଟରେ ସଜାଇ ଦିଆଯାଏ ୨୫ ଡିସେମ୍ବରରେ ଲୋକମାନେ ଘରେ ପାର୍ଟି କରି ଖ୍ରୀଷ୍ଟମାସ କେକ୍ କାଟି ସେଲିବ୍ରେଟ କରିଥାନ୍ତି। ହେଲେ ଏହି କେକ୍‌ ତିଆରି ପୂର୍ବରୁ କରାଯାଏ କେକ୍‌ ମିକ୍ସିଂ ସେରିମନି । ଏହି ଉତ୍ସବ ମଧ୍ୟ କିଛି କମ୍‌ ବଡ଼ ନୁହେଁ । ଖ୍ରୀଷ୍ଟମାସ ପାଇଁ ଯେଉଁ କେକ୍‌ ତିଆରି କରାଯାଏ ତାହା ଏକଦମ୍‌ ସ୍ୱତନ୍ତ୍ର । ବଜାରରେ ମିଳୁଥିବା କେକ୍‌ ଠାରୁ ପୂରା ଅଲଗା । ଯାହାକୁ ତିଆରି କରିବା ଲାଗି ବେଶ୍‌ କିଛି ଦିନ ଲାଗିଥାଏ । ତେଣୁ ପ୍ରାୟ ଦୁଇ ମାସ ପୂର୍ବରୁ ଖ୍ରୀଷ୍ଟମାସ କେକ୍‌ ପାଇଁ ସାମଗ୍ରୀ ସବୁ ଯୋଗାଡ଼ କରି ତାକୁ ଏକାଠି କରାଯାଏ । ସେସବୁର ମିଶ୍ରଣ ପ୍ରସ୍ତୁତ କରି କିଛି ଦିନ ରଖାଯିବା ପରେ ଏଥିରୁ କେକ୍‌ ତିଆରି କରାଯାଏ ।

ଏହାସହ ପଢନ୍ତୁ : ଖ୍ରୀଷ୍ଟମାସର ଟ୍ରୀର କାହାଣୀ : ଜାଣନ୍ତୁ କେବେ ଓ କେଉଁଠୁ ଆରମ୍ଭ ହେଲା ଏହି ପରମ୍ପରା

ବର୍ତ୍ତମାନ ସମୟରେ ଅନେକ ଫଳ ଫଳିଥାଏ । ଏହି ଫଳ ସବୁ ସହିତ କାଜୁ, କିସ୍‌ମିସ୍‌ ଭଳି ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍‌ସକୁ ମିଶାଇ ମିଶ୍ରଣ ତିଆରି କରାଯାଏ । ପୁଣି ଏଥିରେ ଆଲକାହଲ୍‌ ମଧ୍ୟ ମିଶାଯାଇଥାଏ । ସେସବୁକୁ ମିଶ୍ରଣ ଭାବେ ତିଆରି କରିବା ଦିନଟିରେ ପାଳନ ହୁଏ କେକ୍‌ ମିକ୍ସିଂ ସେରିମନି ।

cake

ଓଡିଶାର ବିଭିନ୍ନ ସ୍ଥାନ ଏବଂ ହୋଟେଲରେ ଏହି କେକ୍‌ ମିକ୍ସିଂ ସେରିମନି ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ହୋଟେଲ ମେ ଫେୟାରରେ ଗୁରୁବାର ଦିନ ପାଳନ ହୋଇଛି କେକ ମିକ୍ସିଂ ସେରିମନି । ମେ ଫେୟାରରେ ପ୍ରତିବର୍ଷ ଖ୍ରୀଷ୍ଟମାସ ପୂର୍ବରୁ ଏହି କେକ ମିକ୍ସିଂ ସେରିମନି କରାଯାଇଥାଏ। ମେଫେୟାରର ସେଫ୍ ମାନେ କେକ୍ ମିକ୍ସିଙ୍ଗ କରିଥାନ୍ତି । ଏଥିରେ ବହୁତ ପ୍ରକାରର ଡ୍ରାଏ ଫ୍ରୁଟ୍ସ, ଚେରି ଏବଂ ସାମ୍ପେନ ଆଦି ମିଶାଯାଇଥାଏ ଏବଂ ଫ୍ଲେଭର ପାଇଁ ସିନାମନ ପାଉଡର ଆଦି ବ୍ୟବହାର କରାଯାଇଥାଏ। ତେବେ କେକ୍‌ ତିଆରି ପୂର୍ବରୁ ଏହି ମିଶ୍ରଣକୁ ବେଶ୍‌ କିଛି ଦିନ ରଖି ଦିଆଯାଏ ।

ଡିସେମ୍ବର ୨୫ ପୂର୍ବରୁ ଏଥିରେ ବିଭିନ୍ନ ଡିଜାଇନ୍‌ର କେକ୍‌ ତିଆରି କରାଯାଏ । କେକ୍‌ ମିକ୍ସିଂ ସେରିମନି ହେଉଛି ଖ୍ରୀଷ୍ଟ ଧର୍ମର ଏକ ପରମ୍ପରା । ଯାହାକୁ ଅତି ନିଷ୍ଠାର ସହ କରାଯାଏ । ତେବେ ସମୟ କ୍ରମେ ଏହାକୁ ଭାରତରେ ମଧ୍ୟ ବଡ଼ ଆକାରରେ ପାଳନ କରାଯାଉଛି । ବିଭିନ୍ନ ହୋଟେଲମାନଙ୍କରେ କେକ୍‌ ବିକ୍ରି ପୂର୍ବରୁ ଏହି କେକ୍‌ ମିକ୍ସିଂ ପର୍ବ କରାଯାଇ ସମସ୍ତଙ୍କୁ ଜଣାଇ ଦିଆଯାଏ । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହନ୍ତି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ କେକ୍‌ ଖାଇବାକୁ ଭଲ ପାଆନ୍ତି । ତେଣୁ ଏହି ଉତ୍ସବରେ ସବୁ ଧର୍ମର ଲୋକ ମଧ୍ୟ ସାମିଲ ହୁଅନ୍ତି ।

CAKE-4
ଭୁବନେଶ୍ୱର ହୋଟେଲ ମେ ଫେୟାରରେ ଏହି କେକ ମିକ୍ସିଂ ସେରିମନିକୁ ପ୍ରଥମେ ହୋଟେଲେ ଥିବା ଗେଷ୍ଟମାନଙ୍କୁ ଡାକି ସେଲିବ୍ରେଟ୍‌ କରାଯାଉଥିଲା । ଏବେ ଏଥିରେ ଯୋଗ ଦେବାକୁ ବିଦେଶରୁ ମଧ୍ୟ ଅତିଥି ଆସୁଛନ୍ତି । ଏମାନଙ୍କ ସହିତ ହୋଟେଲ୍‌ର ସେଫ୍‌ମାନେ ଏବଂ ଅନ୍ୟ କର୍ମଚାରୀମାନେ ମିଶିଥାନ୍ତି ।

ଭୁବନେଶ୍ୱରରୁ ଅରୁନ୍ଧତୀ ମଲ୍ଲିକ, କେ ନ୍ୟୁଜ୍‌ ଓଡ଼ିଶା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.