ଉତ୍ତରାଞ୍ଚଳ ପୋଲିସର ଫିଡବ୍ୟାକ କଲେକ୍‌ସନ, ଅଭିଯୋଗକାରୀଙ୍କ ଘରକୁ ଯାଇ ଥାନାର ପଚାରିଲେ ଅନୁଭବ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ମୋ ସରକାର କାର‌୍ୟ୍ୟକ୍ରମ ନେଇ ଉତ୍ତରାଞ୍ଚଳ ପୋଲିସର ଫିଡବ୍ୟାକ କଲେକ୍‌ସନ। ଅଭିଯୋଗକାରୀଙ୍କ ଘରକୁ ଯାଇ ଥାନାରେ ସେମାନଙ୍କ ଅନୁଭବ ସଂପର୍କରେ ପଚାରି ବୁଝିଛନ୍ତି। ଦୀପାବଳି ଅବସରରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ସହ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗିରର ଏସପି ମାନେ ଅଭିଯୋଗକାରୀଙ୍କ ଘରକୁ ପରିଦର୍ଶନ କରିଛନ୍ତି।

ଥାନାରେ ସେମାନଙ୍କ ମାମଲା ଦାୟର ନେଇ ଅନୁଭୁତି, ଥାନାଧିକାରୀଙ୍କ ବ୍ୟବହାର ସଂପର୍କରେ ଫିଡବ୍ୟାକ ନେଇଛନ୍ତି। ଓ଼ଡିଶା ସରକାରଙ୍କ ମୋ ସରକାର ପରିପ୍ରେକ୍ଷୀରେ ଡିଆଇଜି ଓ ଏସପି ଘରମାନଙ୍କୁ ଯାଇ ସେମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଥାନାରେ ସେମାନଙ୍କ ସହ ବ୍ୟବହାରକୁ ନେଇ ପଚାରି ବୁଝିଥିଲେ। ମୋ ସରକାରରେ ଅଭିଯୋଗକୁ ମୁଖ୍ୟ ଭାବେ ଗୁରୁତ୍ୱାରୋପ କରାଯାଉଛି।

ଅଭିଯୋଗକାରୀଙ୍କୁ ଥାନାରେ କିଭଳି ବ୍ୟବହାର କରାଯାଉଛି ଏବଂ ଅଭିଯୋଗର ସମାଧାନ ପାଇଁ କଣ ପଦକ୍ଷେପ ନିଆଯାଉଛି ସେଥିରୁ ପ୍ରଦର୍ଶନର ମାନ ନିର୍ଦ୍ଧାରଣ କରାଯାଉଛି। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ବନ୍ଦ ଦ୍ୱାରକୁ ନଆଣି ସରକାର ଦ୍ୱାରଦେଶରେ ପହଞ୍ଚିବେ। ଏହି ଉଦ୍ୟମ ପରେ ଅଭିଯୋଗକାରୀ ସନ୍ତୋଷ ପ୍ରକାଶ କରିବା ସହ ପୋଲିସର ଉଦ୍ୟମକୁ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.