‘ଜୟେଶଭାଇ ଜୋରଦାର’ ଲୁକ୍‌ରେ ନଜର ଆସିଲେ ରଣବୀର, ଫଟୋ ସେୟାର କରି କହିଲେ ‘ଏ ଚିକ୍‌ନେ’

ବଲିଉଡ ଅଭିନେତା ରଣବୀର ସିଂ ଜଣେ ଭର୍ସଟାଇଲ ଆକ୍ଟର। ରଣବୀର ଯେକୌଣସି ଚରିତ୍ରରେ ମଧ୍ୟ ଫିଟ୍‌ ଆସିଯାଆନ୍ତି। ରଣବୀରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଜୟେଶଭାଇ ଜୋରଦାର’ ରହିଛି। ଏହି ଫିଲ୍ମ ପାଇଁ ରଣବୀର ସବୁପ୍ରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି।

Capture

ଇନଷ୍ଟାଗ୍ରାମରେ ରଣବୀର ବିନା ନିଶରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ରଣବୀର ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଲୁକ୍‌ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହି ଫଟୋକ ସେୟାର କରି ରଣବୀର ଲେଖିଛନ୍ତି ‘ଏ ଚିକନେ’। ଏହି ଫିଲ୍ମକୁ ୟଶରାଜ ବ୍ୟାନରରେ ନିର୍ମାଣ କରାଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦିବ୍ୟାଙ୍ଗ ଠକ୍କର କରିବେ।

ଏହି ଫିଲ୍ମ ପାଇଁ ରଣବୀର ଗୁଜରାଟୀ ସାଙ୍ଗମାନଙ୍କ ସହିତ ମିଶିବା ସହ କଥାବାର୍ତ୍ତା, ଚାଲିଚଳନ ମଧ୍ୟ ଅଭ୍ୟାସ କରୁଛନ୍ତି। ଏହି ଫିଲ୍ମ ପରେ ରଣବୀର କରନ ଜୋହରଙ୍କ ଫିଲ୍ମ ‘ତଖତ୍‌’ ପାଇଁ ପ୍ରସ୍ତୁତି ହେବେ।

Leave A Reply

Your email address will not be published.