ଏଣିକି ରେଳ ଟିକେଟ ବୁକିଂ ଏଜେଣ୍ଟ ଏବେ ଆଉ ଟିକେଟ ବୁକିଂ କରୁଥିବା ଲୋକଙ୍କୁ ଠକି ପାରିବେ ନାହିଁ । ଏବେ ଯେଉଁ ମାନେ ଟିକେଟ ବୁକିଂ କରିବେ ସେମାନଙ୍କ ନିକଟକୁ ଏକ ଓଟିପି ନମ୍ବର ପଠାଯିବ । ଏହି ଓଟିପି ନମ୍ବର ଦେବା ପରେ ହିଁ ଟିକେଟ ଏଜେଣ୍ଟ ଟିକେଟ ଟିକୁ କାନ୍ସଲ କରିପାରିବେ । ଟିକେଟ କାନ୍ସଲ ହେବା ପରେ ଟିକେଟ ବାବଦର ପୁରା ଟଙ୍କା ଉପୋଭୋକ୍ତାଙ୍କୁ ମିଳିଯାଇପାରିବ । ଇଣ୍ଡିଆନ ରେଲୱେ କାଟରିଂ ଏଣ୍ଡ ଟୁରିସମ କର୍ପୋରେସନ ଟିକେଟ ଟିକେଟ ଏଜେଣ୍ଟ ମାନଙ୍କ ମନାମାନୀକୁ କଣ୍ଟ୍ରୋଲ କରିବା ପାଇଁ ହିଁ ଏହି ନିଷ୍ପତି ନେଇଛନ୍ତି । ଏଣିକି ଯାତ୍ରା ଟିକେଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପୋଭୋକ୍ତା ମାନଙ୍କୁ ମିଳିଯାଇପାରିବ ।
ଏହା ସହ ପଢନ୍ତୁ: ଏୟାର ଇଣ୍ଡିଆ ବିକ୍ରି ନେଇ କୋହଳ ହେବ ଏଫଡିଆଇ ନିୟମ
କିନ୍ତୁ ଟିକେଟ କାନ୍ସଲ ହେଲେ ଉପୋଭୋକ୍ତା ମାନଙ୍କୁ ଟିକେଟ ଏଜେଣ୍ଟ ମାନଙ୍କ ତରଫରୁ କୌଣସି ରିଫଣ୍ଡ ମିଳୁନଥିଲା ବା ମିଳିବାରେ ବହୁ ବିଳମ୍ବ ହେଉଥିଲା । ଦିନ ଦିନ ଧରି ଏଜେଣ୍ଟ ପାଖରେ ଚକ୍କର କାଟିବା ପରେ ହିଁ ରିଫଣ୍ଡ ଟଙ୍କା ମିଳିପାରୁଥିଲା । କିନ୍ତୁ ଏବେ ଆଇଆରଟିସି ତରଫରୁ ମୋବାଇଲରେ ସର୍ଟ ମେସେଜ ପଠାଇ ଟିକେଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯୋଗାଯାଇପାରିବ । ଉପୋଭୋକ୍ତା ମାନଙ୍କ ଦ୍ୱାରା ଦିଆଯାଇଥିବା ନମ୍ବର କୁ ମେସେଜ ପଠାଯାଇ ହିଁ ସମସ୍ତ ତଥ୍ୟ ଯୋଗାଇଦିଆଯିବ ।