ଖୁବଶୀଘ୍ର ବିକ୍ରମ ଲ୍ୟାଣ୍ଡରର ଦ୍ୱିତୀୟ ଲ୍ୟାଣ୍ଡିଂ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପ୍ରୟାସ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ। ନିକଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡରର ଲ୍ୟାଣ୍ଡିଂ ସଫଳ ହୋଇନଥିଲା। ତେବେ ଦ୍ୱିତୀୟ ଲ୍ୟାଣ୍ଡିଂ ପାଇଁ ଅଧିକ ଗବେଷଣା ପରେ ଅଭିଯାନ ଆରମ୍ଭ ହେବ ବୋଲି ଶିବନ ସ୍ପଷ୍ଟ କରିଛନ୍ତି। ଆଇଆଇଟି ନୂଆଦିଲ୍ଲୀର ୫୦ତମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ସେ ଏହା କହିଛନ୍ତି। ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ଚନ୍ଦ୍ରପୃଷ୍ଠରେ ବିଫଳ ହୋଇଥିଲା। କିନ୍ତୁ ଏହା ଭାରତୀୟ ମହାକାଶ ଗବେଷଣାକୁ ନୂଆ ଦିଗ ଦେଇଥିବା ଶିବନ କହିଛନ୍ତି।