ଆପଣଙ୍କର ସ୍ବାସ୍ଥ୍ୟ ସହିତ ଜଡିତ ସମସ୍ତ ସୂଚନା ଦେବ ମୋଟିଭ୍ ରିଙ୍ଗ୍

ବ୍ୟାମ୍ ଏବଂ ଦୌଉଡିବା ସମୟରେ ନିଜର ସ୍ବାସ୍ଥ୍ୟ ସହିତ ଜଡିତ ସୂଚନା ପାଇବା ପାଇଁ ଅଧିକାଂଶ ଲୋକ ଫିଟନେସ୍ ବ୍ୟାଣ୍ଡର ବ୍ୟବହାର କରିଥାନ୍ତି । କିନ୍ତୁ ଅଧିକାଂଶ ସମୟରେ ଘରୁ ବାହାରକୁ ଯିବା ବେଳେ ଏହାକୁ ପିନ୍ଧିବାକୁ ଭୁଲି ଯାଆନ୍ତି । ଯେଉଁ କାରଣ ପାଇଁ ବ୍ୟାମ୍ ସହିତ ଜଡିତ ରିଡିଙ୍ଗ୍ ରିର୍ପୋଟ କରିପାରନ୍ତି ନାହିଁ ।

motivering2

ଏହି କଥା ଉପରେ ଧ୍ୟାନ ରଖି ଏପରି ଏକ ଫିଟିନେସ୍ ରିଙ୍ଗ୍ ତିଆରି କରାଯାଇଛି ଯାହା ସ୍ବାସ୍ଥ୍ୟ ସହିତ ଜଡିତ ସୂଚନା ଆପଣଙ୍କ ପର୍ୟ୍ୟନ୍ତ ପହଂଚାଇଥାଏ । ସାନ୍ ଫ୍ରାନକିସୋର ଟେକ୍ନୋଲୋଜି କଂପାନି ମୋଟିଭ ଦ୍ବାରା ତିଆରି କରାଯାଇଛି । କଂପାନି କହିଛିକି’ ଏହି ମୋଟିଭ୍ ରିଙ୍ଗ୍ ଆପଣଙ୍କର ଷ୍ଟେଜକୁ ଟ୍ରାକ୍ କରିବା ସହିତ କାର୍ୟ୍ୟକଳାପକୁ ମଧ୍ୟ ରେକଡସ୍ କରିବ ।

ଆକର୍ଷଣୀୟ ଡିଜାଇନ୍ :

motivering1

ମୋଟିଭ୍ ରିଙ୍ଗର ଡିଜାଇନ୍ ଖାସ୍ କରି ଜୁଏଲେରୀ ପରି ତିଆରି କରାଯାଇଛି ଯାହା ଫଳରେ ଆପଣ ବିନା କୌଣସି ଦ୍ବନ୍ଦରେ ସୁବିଧା ଜନକ ଭାବେ ପିନ୍ଧିପାରିବେ । ଏହି ରିଙ୍ଗକୁ ରୋଜ୍ ଗୋଲ୍ଡ ବିକଳ୍ପରେ ଉପଲବ୍ଧ କରାଯିବାର ସୂଚନା ମିଳିଛି ।

ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଆପ୍ :

ଏହି ଫିଟନେସ୍ ରିଙ୍ଗରେ କୌଣସି ପ୍ରକାରର ଡିସପ୍ଳେ ଦିଆଯାଇ ନାହିଁ । ଏହାର ବ୍ୟବହାର କରିବା ପାଇଁ ଆପଣଙ୍କୁ ବ୍ଲୁଟଥର ଜରୀଆରେ ସ୍ମାଟ୍ ଫୋନ ସହିତ କନେକ୍ଟ କରିବାକୁ ପଡିବ । ଏହାକୁ ବ୍ୟବହାର କରିବା ପାଇଁ କଂପାନି ଖାସ୍ ଆପ୍ ପ୍ରସ୍ତୁତ କରିଛନ୍ତି ।
ଏହି ରିଙ୍ଗକୁ ବ୍ୟବହାର କରିବା ସମୟରେ ଯେତେବେଳେ ଆପଣ ଆପଣଙ୍କୁ କାର୍ୟ୍ୟ ଶେଷ କରିବେ ସେତେବେଳେ ଆପଣଙ୍କୁ ସ୍ମାଟ ଫୋନରେ ରେକଡ୍ ମେସଜ୍ ଆସିବ ।

ring

ଖେଳାଳିଙ୍କ ପାଇଁ ଖାସ୍ ହେଉଛି ଏହି ଫିଟନେସ୍ ରିଙ୍ଗ୍ :

ଯଦି ଆପଣ ଜଣେ ଗଭିମ୍ଭିର ଖେଳାଳି ତେବେ ଆପଣଙ୍କ ପାଇଁ ଏହି ରିଙ୍ଗ୍ ଆପଣଙ୍କର ନିତିଦିନିଆ ଜୀବନରେ ଷ୍ଟେପ୍, ଡିସଟାନସ୍, ହାର୍ଟ ରେଟ୍ ଏବଂ ସ୍ଲିପ୍ ଡିୟୁରେସନକୁ କଭର କରିବ । ଆଶା କରାଯାଇଛିକି’ ଏହି ରିଙ୍ଗର ଦାମ୍ ୧୯୯ଡଲାର (ପାଖାପାଖି ୧୩ ହଜାର ଟଙ୍କା) ରେ ବହୁତ ଜଲଦି ଉପଲବ୍ଧ କରାଯିବ ।

ଗୋଟେଥର ଚାର୍ଜ କଲେ ୩ଦିନର ବିକଳ୍ପ ମିଳିଥାଏ :

ଏହାର ସବୁଠାରୁ ବଡ ଖାସିୟତ ହେଉଛି ଏହାକୁ ୟୁଏସବି ଜରିଆରେ ଗୋଟେ ଥର ଚାର୍ଜ କରିବା ଦ୍ବାରା ୩ଦିନ ଯାଏ ଏହାକୁ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.