ଜଣେ ଯୁବକକୁ ତାଙ୍କ ଗାର୍ଲଫ୍ରେଣ୍ଡ ବିବାହ ପାଇଁ ମନା କଲେ ଆଉ ଏହ ଦୁଃଖକୁ ସେ ସହ୍ୟ କରିପାରିଲେନି ଫାଶି ଦେଇ ଆତ୍ମହତ୍ୟା କରିଦେଲେ। କିନ୍ତୁ ମରିବା ପୂର୍ବରୁ ଯୁବକ ଜଣଙ୍କ ସୁଇସାଇଡ୍ ନୋଟ୍ ଲେଖିବା ସହିତ ଏକ ଭିଡିଓ ମଧ୍ୟ ବନାଛନ୍ତି। ଯୁବକ ଜଣଙ୍କ ମରିବାର କାରଣ ସୁଇସାଇଡ୍ ନୋଟ ଏବଂ ସେହି ଭିଡିଓରେ ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଗାର୍ଲଫ୍ରେଣ୍ଡ ଏବଂ ତାଙ୍କ ସାଙ୍ଗ ତାଙ୍କ ଆତ୍ମହତ୍ୟାର କାରଣ।
ସୂଚନା ଅନୁଯାୟୀ ୩୦ ବର୍ଷିୟା ଯୁବକ ହରପ୍ରିତ ସିଂହ ନିଜ ପରିବାର ସହିତ ବିହାରର ନିହାଲରେ ରହୁଥିଲେ। ସେ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ। ଗତ କିଛି ଦିନ ହେବ ସେ ଦୁର୍ଘଟଣାଗ୍ରସ୍ଥ ହୋଇ ଘରେ ରହିଥିଲେ କିନ୍ତୁ ନଭେମ୍ବର ୧୨ ତାରିଖରେ ସେ ତାଙ୍କ ରୁମରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଯାଞ୍ଚ ପରେ ତାଙ୍କୁ ଏକ ମୋବାଇଲ ମିଳିଲା ଯେଉଁଥିରେ ହରପ୍ରିତ ଆତ୍ମହତ୍ୟା କରିବା ପୂର୍ବରୁ ବନାଇଥିଲେ। ଏଥିରେ ସେ ଦୁଇ ଜଣଙ୍କୁ ତାଙ୍କ ମ୍ରୁତ୍ୟୁ ପାଇଁ ଦାୟୀ କରିଛନ୍ତି। ପୋଲିସ ତଦନ୍ତରୁ ଜଣାପଡିଲା ଯେ ସେ ତାଙ୍କ କମ୍ପାନୀର ଜଣେ ଝିଅକୁ ଭଲ ପାଉଥିଲେ କିନ୍ତୁ ଯେତେବେପଳେ ସେ ସେହି ଝିଅ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ ତେବେ ସେ ବିବାହ ପାଇଁ ମନା କରିଦେଇଥିଲେ।
ସୁଇସାଇଡ୍ ନୋଟରେ ଏହା ଜଣାପଡିଲା ଯେ ହରପ୍ରିତ ତାଙ୍କ ଗାର୍ଲଫ୍ରେଣ୍ଡକୁ ୭ ଲକ୍ଷ ଟଙ୍କା ଦେଇଥିଲା। ଯେତେବେଳେ ସେ ତାଙ୍କ ଟଙ୍କା ମାଗିଲେ ତେବେ ତାଙ୍କ ଗାର୍ଲଫ୍ରେଣ୍ଡ ନିଜ ସାଙ୍ଗ ମାନଙ୍କ ସହିତ ମିଶି ତାଙ୍କୁ ରେପ୍ କେସରେ ଫସାଇଦେବାପାଇଁ ଧମକ ଦେଉଥିଲେ। ଏହା ପରେ ହରପ୍ରିତ ମାନସିକ ଚାପରେ ରହୁଥିଲେ।
ଏହାସହ ପଢନ୍ତୁ : ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର
ହରପ୍ରିତ ଫେସବୁକରେ ନିଜ ସାଙ୍ଗକୁ ମେସେଜ୍ କରି ଲେଖିଛନ୍ତି, ‘ସେ ଝିଅ ମୋତେ ବହୁତ କଷ୍ଟ ଦେଇଛି ଯାହାକୁ ମୁଁ ଚାହିଁଲେ ବି ଭୁଲିପାରୁନାହିଁ। ମୁଁ ଆତ୍ମହତ୍ୟା କରିବାକୁ ଯାଉଛି ଆଉ ସେ ଝିଅ ନମ୍ବର ଚେଞ୍ଚ କରିଦେଇଛି ମୋ ଫୋନରୁ ତା ମା’ର ନମ୍ବର ନେଇ କଲ୍ କରି ମୋ ଅନ୍ତିମ ସଂସ୍କାରରେ ନିଶ୍ଚୟ ଆସିବାକୁ କହିବୁ।’