ହେଙ୍ଗୁ ଏକ ଉତ୍ତମ ଔଷଧ। ହେଙ୍ଗୁ ପାଚନ କ୍ରିୟା, ପେଟ ଯନ୍ତ୍ରଣା, ଦାନ୍ତ ବିନ୍ଧା, ଥଣ୍ଡା, କାଶ, ମୁଣ୍ଡବ୍ୟଥା, ବିଛା କାମୁଡିବା ପ୍ରଭାବକୁ କମ୍ କରିବାରେ ସହାୟକ କରିଥାଏ। ଆଉ କ’ଣ ରହିଛି ଏହାର ଫାଇଦା..
– ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଥାଏ ତେବେ ପ୍ରତିଦିନ ସକାଳୁ ହେଙ୍ଗୁକୁ ଲେମ୍ବୁ ପାଣିରେ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳେ।
– ଯଦି କାହାର ନିଶାକୁ ଛଡାଇବାକୁ ଚାହୁଁଛନ୍ତି, ତେବେ ହେଙ୍ଗୁ, ଘିଅ, ଲେମ୍ବୁକୁ ମିଶାଇ ସେହି ବ୍ୟକ୍ତିକୁ ପିଇବାକୁ ଦେଇଦିଅନ୍ତୁ। ଆପେ ଆପେ ନିଶା ଛାଡିଯିବ। ଏହା ସହିତ ଥଣ୍ଡା ପାଣିରେ ଗାଧୋଇ ଦିଅନ୍ତୁ।
– ଛାତିରେ ଜମିଥିବା କଫକୁ କାଢିବାରେ ହେଙ୍ଗୁ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ହେଙ୍ଗୁ ସହିତ ମହୁ ଏବଂ ଅଦା ମିଶାଇ ପିଇବା ଦ୍ୱାରା ଲାଭ ମିଳେ।
– ହେଙ୍ଗୁରେ ଥିବା କ୍ୟୁମେରିନ ନାମକ ତତ୍ତ୍ୱ ରକ୍ତକୁ ପତଳା କରିବାରେ ସହାୟତା କରିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟ୍ରଲ କମ୍ ହୋଇଯାଏ। ଯାହା ଆପଣଙ୍କୁ ହୃଦରୋଗରୁ ରକ୍ଷା କରିପାରିବ।
– ପୁରୁଷମାନଙ୍କ ଯୌନ ସମ୍ବନ୍ଧୀୟ ରୋଗକୁ ଯେଭଳି ନପୁଂସକତା, ଧାତୁପତନ, ଶୁକ୍ରାଣୁ ଅଭାବ ଭଳି ସମସ୍ୟାକୁ ଦୂର କରିଥାଏ। ଏକ ଗ୍ଲାସ ଗରମ ପାଣିରେ ହେଙ୍ଗୁ ମିଶାଇ ପିଇଲେ ଏଭଳି ସମସ୍ୟାରୁ ମୁକ୍ତି ମିଳେ।
– ହାକୁଟିକୁ ତୁରନ୍ତ ବନ୍ଦ କରିବାକୁ ହେଲେ ପୁରୁଣା ଗୁଡ ସହିତ ହେଙ୍ଗୁ ମିଶାଇ ଖାଆନ୍ତୁ।
– ଦାନ୍ତ ଯନ୍ତ୍ରଣା ଦୂର କରିବା ହେଙ୍ଗୁ ବ୍ୟବହାର କରିପାରିବେ। ଦାନ୍ତ ବିନ୍ଧୁଥିବା ସ୍ଥାନରେ ହେଙ୍ଗୁ ଲଗାଇ ରଖିଲେ ଆରାମ ମିଳିଥାଏ।
ଏହାସହ ପଢ଼ନ୍ତୁ ; ପୁରୁଷମାନଙ୍କର ନଂପୁସକତା ସମସ୍ୟା ଦୂର କରିବ କଳା ଗାଜର, ଏହାଛଡା କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିବ
– ହେଙ୍ଗୁକୁ ପାଣିରେ ଘଷି ଲଗାଇଲେ ଚର୍ମରୋଗ, କୁଣ୍ଡିଆ ଇତ୍ୟାଦି ରୋଗ ଦୂର ହୋଇଥାଏ।
– ମୁହଁରୁ ଦାଗ ଦୂର କରିବା ହେଙ୍ଗୁକୁ ପାଣିରେ ମିଶାଇ ଲଗାନ୍ତୁ। ଆପଣଙ୍କୁ ଫାଇଦା ମିଳିବ।