ବରଗଡ଼ରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅଟଳ ଚାଷୀ, ପ୍ରତ୍ୟାହାର କରିବା ଦାବିରେ ତେଜୁଛି ଆନ୍ଦୋଳନ

ବରଗଡ଼: ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅଟଳ ଚାଷୀ । ଏହାକୁ ପ୍ରତ୍ୟାହାର କରିବା ଦାବିରେ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଆନ୍ଦୋଳନ। ଜୋରଦାର ଆନ୍ଦୋଳନ ସହ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। ଗତକାଲି ଅତାବିରା ଓ ଗୋଡଭଗାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସେପଟେ ଆଜି ଜାତୀୟ ରାଜପଥରେ ଧାନ ବସ୍ତା ପକାଇ ରାସ୍ତା ରୋକ ନିଷ୍ପତ୍ତ ନେଇଛନ୍ତି ଚାଷୀ ସଙ୍ଗଠନ । ଗତକାଲି ରାତିରେ ଜିଲ୍ଲାପାଳଙ୍କ ଅଫିସରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ସହ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମାଧାନ ପାଇଁ ଆଲୋଚନା ହୋଇଥିଲା । ହେଲେ ଏହା ଫେଲ୍‌ ମାରିଥିଲା। ଟୋକନ ବ୍ୟବସ୍ଥା ଉଛେଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.