ଭାରତର ଉପକୂଳ ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିସ୍ଥାପକ ଟେଲି ଯୋଗଯୋଗ ଭିତ୍ତିଭୂମି ଯୋଗାଇ ଦେବା ଉପରେ ସଂସଦରେ ପ୍ରଶ୍ନ କଲେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: ଭାରତର ଉପକୂଳର ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିସ୍ଥାପକ ଟେଲି ଯୋଗଯୋଗ ଭିତ୍ତିଭୂମି ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ଅଛି କି ? ଯଦି ଥାଏ ଆସନ୍ତା ୫ ବର୍ଷ ପାଇଁ ସରକାରଙ୍କର କଣ ଯୋଜନା ରହିଛି ? ପାର୍ଲାମେଣ୍ଟରେ ଏକ ଲିଖିତ ପ୍ରଶ୍ନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଏହାର ଉତ୍ତର ରଖିଥିଲେ ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଏସ.ଓ.ପି ୨୦୧୭କୁ କାର୍ଯ୍ୟକାରୀ କରିବାକୁ ଟେଲି ଯୋଗାଯୋଗ ଓ ସେବା ଯୋଗାଣକାରୀ କମ୍ପାନୀଙ୍କୁ ନିର୍ଦେଶ ଦିଆଯାଇଛି । ଯନ୍ତ୍ରପାତି ଗୁଡିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଏପରି ସ୍ଥାନରେ ରହିବା ଦରକାର ଯାହା ଦ୍ୱାରା ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ କରିହେଉଥିବ । ଟେଲିଫୋନ ଏକ୍ସଚେଞ୍ଜ ଓ ସମସ୍ତ ଯନ୍ତ୍ରପାତି ଗୋଟିଏ କୋଠାରେ ଏକାଠି ରଖାଯିବା ଅନୁଚିତ । ପର୍ଯ୍ୟାପ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିବା ଦରକାର । ଯେତେ ସମ୍ଭବ ଦୁର୍ଘଟଣାକୁ ଏଡାଇବାକୁ ଭୂମି ତଳେ ଟେଲିଫୋନ କେବୁଲ ବିଛାଯିବା ଉଚିତ । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଟ୍ରାନସମିସନ ଲିଙ୍କ୍‌ ଓ ପାଓ୍ଵାର ବ୍ୟାକ୍‌ଅପ୍‌ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.