ବଲିଉଡ୍ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ଙ୍କ ବିବାହକୁ ବର୍ଷେ ପୂରିନଥିବା ବେଳେ ତାଙ୍କ ଘରକୁ ଏବେ ନୂଆ ଅତିଥି ଆସିଥିବା ଜଣାପଡ଼ିଛି। ଏହି ଅତିଥି ଆଉ କେହି ନୁହେଁ ବରଂ ଏକ କ୍ୟୁଟ୍ ପପି। ପ୍ରିୟଙ୍କା ନିକ୍ଙ୍କୁ ଏକ ଜର୍ମାନ ସଫ୍ଟ ପପି ଉପହାର ସ୍ୱରୂପ ଦେଇଛନ୍ତି। ପତ୍ନୀଙ୍କଠାରୁ ମିଳିଥିବା ଏହି ଗିଫ୍ଟକୁ ନିକ୍ ମଧ୍ୟ ଖୁବ୍ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ନିକ୍ ଓ ପପିର ଏକ ଭିଡିଓ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ବିବାହବାର୍ଷିକୀ ପାଇଁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ ନିକ୍ ଖଟରେ ଶୋଇଥିବା ବେଳେ ପ୍ରିୟଙ୍କା ତାଙ୍କ ଉପରେ କୁନି କୁକୁରଟିକୁ ଛାଡ଼ୁଛନ୍ତି। କୁକୁରକୁ ଦେଖି ନିକ୍ ମଧ୍ୟ ଖୁସି ହୋଇଯାଉଥିବା ଦେଖିବାକୁ ମିଳିଛି।
View this post on Instagram
କୁକୁର ସହ ନିକ୍ ମଧ୍ୟ କେତେକ ଫଟୋ ସେୟାର କରିଛନ୍ତି। କୁକୁରର ନାଁ ଜିଓ ଦ ଜର୍ମାନ ରଖିଥିବା ଜଣାଯାଇଛି।
ତେବେ ପୂର୍ବରୁ ମଧ୍ୟ ପ୍ରିୟଙ୍କା ଚୋପ୍ରା ନିଜ ପାଖରେ ଲିଟିଲ୍ ଡିଡି ନାମକ ଏକ କୁକୁର ରଖିଛନ୍ତି। କାମରେ ବାହାରକୁ ଗଲା ବେଳେ ମଧ୍ୟ ସେ ଲିଟିଲ୍ ଡିଡିକୁ ସାଙ୍ଗରେ ନେଇଥାନ୍ତି। କେବଳ କୁକୁରର ଫଟୋ ସେୟାର କରିବାରୁ ପ୍ରିୟଙ୍କା ଇନ୍ଷ୍ଟାଗ୍ରାମ୍ରେ ଏକ ସ୍ୱତନ୍ତ୍ର ସେକ୍ସନ୍ କରିଛନ୍ତି।
ଏହାସହ ପଢ଼ନ୍ତୁ: ଚିରଞ୍ଜୀବଙ୍କ ସହ ବନ୍ଧୁମିଳନ ବେଳର ଫଟୋ ସେୟାର କରି ଏମିତି କହିଲେ ଦକ୍ଷିଣ ଭାରତୀୟ ଷ୍ଟାର
ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଫିଲ୍ମସୁଟିଂରେ ବ୍ୟସ୍ତ ଥିବାରୁ ପ୍ରିୟଙ୍କା ନିକ୍ଙ୍କଠାରୁ ଦୂରରେ ଥିଲେ। ଏବେ ଫେରିବା ବେଳେ ସେ ନିକ୍ଙ୍କ ପାଇଁ ଏକ ସରପ୍ରାଇଜ୍ ନେବାକୁ ଭାବିଥିଲେ। ଏଣୁ ନିକ୍ଙ୍କୁ ଗିଫ୍ଟ ଭାବେ ସେ ପପି ଦେଇଛନ୍ତି।