ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆସନ୍ତା ୨ ମାସ ପାଇଁ ମୋ ବସର ଏସି ଭଡ଼ାରେ ମିଳିବ ରିହାତି

ଭୁବନେଶ୍ବର(କେନ୍ୟୁଜ୍): ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨ ମାସ ପାଇଁ ମୋ ବସର ଏସି ଭଡ଼ାରେ ରିହାତି । ଶୀତତାପ ନିୟନ୍ତ୍ରିତ ବସ୍‌ ଭଡ଼ାକୁ ୩୮ ପ୍ରତିଶତ କମାଯାଇଛି । ଆସନ୍ତା ଡିସେମ୍ବର ପହିଲାରୁ ଏହା ଲାଗୁ ହେବ । ଏନେଇ ମୋ ବସ ପରିଚାଳନା କରୁଥିବା କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନସପୋର୍ଟ-କ୍ରୁଟ ପକ୍ଷରୁ ଘୋଷଣା କରାଯାଇଛି । ଶୀତତାପ ନିୟନ୍ତ୍ରିତ ମୋ ବସର ପ୍ରଥମ ୨ କିଲୋମିଟର ପାଇଁ ଏଣିକି ଯାତ୍ରୀଙ୍କୁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କା ଦେବାକୁ ପଡ଼ିବ । ସେହିପରି ଏସି ବସରେ ସର୍ବାଧିକ ଭଡ଼ା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କାକୁ କମାଯାଇଛି । ଶୀତ ଦିନେ ମୋ ବସରେ ଯାତ୍ରା ପାଇଁ ଲୋକଙ୍କ ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଭଡା ହ୍ରାସ କରାଯାଇଥିବା କ୍ରୁଟ ପକ୍ଷରୁ କୁହାଯାଇଛି । ନିକଟରେ ମୋ ବସ୍‌କୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଶ୍ରେଷ୍ଠ ସିଟି ବସ ସର୍ଭିସ ପୁରସ୍କାର ମିଳିଛି । ଲକ୍ଷ୍ନୌରେ ଆୟୋଜିତ ଅର୍ବାନ ମୋବିଲିଟି କନଫରେନ୍ସରେ ପୁରସ୍କୃତ କରାଯାଇଥିଲା । ଏଭିତରେ ମୋ ବସ୍‌’’ ଯୋଜନାକୁ ବର୍ଷେ ପୂରିଛି । କଟକ, ଭୁବନେଶ୍ୱର, ପୁରୀରେ ବର୍ତ୍ତମାନ କ୍ରୁଟ୍‌ ପକ୍ଷରୁ ୨୧ ଟି ରୁଟ୍‌ ରେ ୨୦୦ଟି ମୋ ବସ ଚାଲୁଛିା ମୋ ବସରେ ପ୍ରାୟ ୪୮୦ ଜଣ କର୍ମଚାରୀ କାଯ୍ୟର୍ କରୁଛନ୍ତି । ସେଥିମଧ୍ୟରୁ ପାଖାପାଖି ୧୨୦ ଜଣ ମହିଳା କଣ୍ଡକ୍ଟର । ଦୈନିକ ୮୫ ହଜାର ଯାତ୍ରୀ ମୋ ବସ୍‌ରେ ଯିବା ଆସିବା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.