ପୁଣି ବିବାଦରେ ରାହୁଲ : ମନ୍ତବ୍ଯକୁ ନେଇ ବିଜେପିର ବିରୋଧ

ନୂଆଦିଲ୍ଲୀ : ଜର୍ମାନୀର ହାମବର୍ଗରେ ଏ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ । ଭାରତର ବିକାଶ ଧାରାରୁ ଆଦିବାସୀ, ଦଳିତ, ଗରିବ ଚାଷୀ, ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ବିଜେପି ସରକାର ଦୂରେଇ ରଖିଥିବା ରାହୁଲ କହିଛନ୍ତି ।

ଯଦି ମୋଦି ସରକାର ଭାରତକୁ ଦିଗଦର୍ଶନ ଦେଇପାରିବେ ନାହିଁ, ତେବେ ଅନ୍ୟ କେହି ସେମାନଙ୍କୁ ଦିଗଦର୍ଶନ ଦେବ। ଇରାକ ଓ ସିରିଆରରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ କିଭଳି ଉଭା ହେଲା ସେ କଥା କହିଛନ୍ତି ରାହୁଳ । ତେବେ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେପି ।

ଏଥିପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି। ସେହିପରି ବିମୁଦ୍ରୀକରଣ ପାଇଁଁ ଭାରତୀୟ ଅର୍ଥନୀତି ଭୁଶୁଡି ପଡିଛି। ଦେଶରେ ବେକାରୀ ସଂଖ୍ୟା ବଢିଛି। ବେକାରୀ ବଢିବା ଯୋଗୁଁ ମବ ଲିଚିଂ ବା ଭିଡ ତନ୍ତ୍ରରେ ଲୋକଙ୍କୁ ମାରିବା ଭଳି କାଣ୍ଡ ଘଟୁଛି ବୋଲି ରାହୁଲ କହିଛନ୍ତି । ରାହୁଲଙ୍କ ଏଭଳି ମନ୍ତବ୍ୟ ବିଦେଶରେ ଭାରତର ଛବିକୁ ନଷ୍ଟ କରଥିବା ବିଜେପି ଅଭିଯୋଗ କରିଛି ।

Leave A Reply

Your email address will not be published.