SBI କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କ ATM Card!

ଯଦି ଆପଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI)ର ଗ୍ରାହକ ଏବଂ ଏଟିଏମ୍‌ କାର୍ଡ ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। SBI ଏଟିଏମ୍‌ କାର୍ଡକୁ ନେଇ ନିଜ ଗ୍ରାହକମାନଙ୍କୁ ଆଲର୍ଟ କରିଛି।

card3

SBI ସୋସିଆଲ ମିଡିଆରେ ନିଜ ଗ୍ରାହକମାନଙ୍କୁ କହିଛି, ୨୦୧୯ ୩୧ ଡିସେମ୍ବର ଭିତରେ ଆପଣ ମାଗ୍ନେଟିକ୍‌ ଷ୍ଟ୍ରିପ୍‌ ଥିବା ଡେବିଟ୍‌ କାର୍ଡକୁ ବଦଳାଇ ଏହାଠାରୁ ସୁରକ୍ଷିତ EVM ଚିପ୍‌ ଥିବା କାର୍ଡ ଏବଂ ପିନ୍‌ ଆଧାରିତ SBI ଡେବିଟ୍‌ କାର୍ଡକୁ ନେବା ପାଇଁ ନିକଟସ୍ଥ ଶାଖାରେ ଆବେଦନ କରନ୍ତୁ।

ଏହାସହ ପଢ଼ନ୍ତୁ: ଆସନ୍ତାବର୍ଷ ସରକାରୀ ଚାକିରିଆଙ୍କ ବଢିପାରେ ଦରମା, କିନ୍ତୁ ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀ ଲୋକେ ହେବେ ହଇରାଣ

ଏହାସହ ଯେଉଁ ଗ୍ରାହକ EVM ଚିପ୍‌ ଥିବା କାର୍ଡ ଜାରି କରାଇଛନ୍ତି, ସେମାନେ ଏହାକୁ ଯଥାଶୀଘ୍ର ଆକ୍ଟିଭ୍‌ କରାଇ ନିଅନ୍ତୁ। କାରଣ, ପୁରୁଣା ଷ୍ଟ୍ରିପ୍‌ ଥିବା କାର୍ଡ ଦ୍ୱାରା ସେମାନେ ଆଉ ଲେଣଦେଣ କରିପାରିବେ ନାହିଁ।

card1

ବ୍ୟାଙ୍କ କହିଛି, ଗ୍ୟାରେଣ୍ଟିଡ୍‌ ଅଥେଣ୍ଟିସିଟି, ଅନ୍‌ଲାଇନ ପେମେଣ୍ଟ ପାଇଁ ଏହା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିବ। ଏହାଛଡ଼ା ଏହା ଠକେଇରୁ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିପାରିବ।

Leave A Reply

Your email address will not be published.