ମାତ୍ର ୫ଟି ଟମାଟୋର ମୂଲ୍ୟ ୫ ଲକ୍ଷ, ଯେଉଁଠି ମହଙ୍ଗା ଦର ଭାଙ୍ଗିଦେଉଛି ଲୋକଙ୍କ ଅଣ୍ଟା

ଭାରତରେ ପିଆଜ ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଲାଣି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ହାହାକାର ପଡିଯାଇଛି। କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ମାତ୍ର ୫ଟି ଟମାଟୋ କିଣିବା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡେ। ଏହା ଶୁଣି ଆପଣଙ୍କ ହୋସ୍ ହୁଏତ ଉଡିଯାଇପାରେ। କିନ୍ତୁ ଏଭଳି ସ୍ଥିତି ଭେନେଜୁଏଲାର ରହିଛି। ଏଭଳି ସ୍ଥିତିରେ କିପରି ଚଳୁଛନ୍ତି ଏହି ଦେଶର ଲୋକ ? ଏହା ଦୁନିଆର ଏପରି ଏକ ଦେଶ, ଯେଉଁଠି ମହଙ୍ଗା ଦର ଲୋକଙ୍କ ଅଣ୍ଟା ଭାଙ୍ଗିଦେଉଛି। ଯେଉଁଠାରେ ଲୋକ ବ୍ୟାଗ ଭଳି ପଇସା ଆଣନ୍ତି, ଆଉ ପରିବା କିଣିନିଅନ୍ତି। ଏପରି ମହଙ୍ଗା ଯୋଗୁଁ ଏହି ଦେଶର ଲୋକେ ଦିନକୁ ଥରେମାତ୍ର ଖାଦ୍ୟ ଖାଆନ୍ତି।

photo

 

ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଭେନେଜୁଆଲରେ ୫ଟି ଟମାଟର କିଣିବା ପାଇଁ ୫୦ ଲକ୍ଷ ବୋଲିଭର( ଭେନେଜୁଆଲ କରେନ୍ସୀ) ଖର୍ଚ୍ଚ କରିବାକୁ ପଡିଛି। ଏହି ଦେଶ ଅନେକ କାରଣ ଯୋଗୁଁ ଏଭଳି ସ୍ଥିତିର ସମ୍ମୁଖୀନ କରୁଛି। ଏଠିକାର ମହଙ୍ଗା ଦର ୯୨୯୭୮୯.୫ ପ୍ରତିଶତ ରହିଛି। ପୂର୍ବରୁ ଭେନେଜୁଆଲ ପାଖରେ ଦୁନିଆର ସବୁଠାରୁ ବଡ ତେଲ ଭଣ୍ଡାର ରହିଥିଲା। କିନ୍ତୁ ଗତକିଛିଦିନ ଅର୍ଥବ୍ୟବସ୍ଥା ଯୋଗୁଁ ଏଠାରେ ସ୍ଥିତି ବେହାଲ ହୋଇପଡିଛି।

money

ସବୁଠାରୁ ବଡ କଥା, ଏଠାରେ ଏକ ଆମେରିକା ଡଲାର ମୂଲ୍ୟ ୪୧,୧୦୧ ବୋଲିଭର ଏବଂ ଭାରତର ଏକ ଟଙ୍କାର ମୂଲ୍ୟ ୫୭୬ ବୋଲିଭର ମୂଲ୍ୟ ସହିତ ସମାନ। ଏଠିକାର ସ୍ଥିତି ଏଭଳି ଯେ ଏକ କିଲୋ ମାଂସ ପାଇଁ ୧ ଲକ୍ଷ ଭୋଲିଭର ଦେବାକୁ ପଡିଥାଏ। ଗରିବ ଏବଂ ଦୁର୍ଭିକ୍ଷରୁ ବଞ୍ଚିବା ପାଇଁ ପ୍ରାୟ ୩୦ ଲକ୍ଷ ଲୋକ ଭେନେଜୁଆଲ ଛାଡି ବ୍ରାଜିଲ, ଚିଲି, କଲମ୍ବିଆ, ପେରୁ ଭଳି ଦେଶରେ ବସବାସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.