ଚତୁର୍ଥ ମହଲାରୁ ଖସିପଡୁଥିଲା ପିଲା, ମାତ୍ର ଅଧା ସେକେଣ୍ଡରେ ମା ବଞ୍ଚାଇଦେଲେ ଜୀବନ, ଦେଖନ୍ତୁ ଭିଡିଓ

ଥରେ ନଜର ପକାନ୍ତୁ ସିସିଟିଭିରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ ଉପରେ ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ଭାଇରଲ ଭିଡିଓରେ ଆପଣ ଦେଖିପାରୁଥିବେ କିଭଳି ଭାବେ ଜଣେ ମା ଚତୁର୍ଥ ମହଲାରୁ ଖସି ଯାଉଥିବା ନିଜ ଶିଶୁକୁ ବଞ୍ଚାଉଛନ୍ତି । ଏବେ ଆସନ୍ତୁ ଜାଣିବା କଣ ହୋଇଥିଲା ସମ୍ପୂର୍ଣ୍ଣ ଘଟଣା ।

‘video courtesy mom with reflexes’

ସୂଚନା ଅନୁଯାୟୀ ଏହି ଘଟଣାଟି ଘଟିଛି କଲମ୍ବିଆରେ । ସିସିଟିଭି ଫୁଟେଜ ଅନୁଯାୟୀ ପ୍ରଥମେ ଏକ ଛୋଟ ପିଲା ନିଜ ମା ସହ ଲିଫ୍ଟରେ ଆସି ଓହ୍ଲାଇଛନ୍ତି । ବାହାରକୁ ବାହାରିବା ମାତ୍ରେ ମା ନିଜ ଫୋନରେ ବ୍ୟସ୍ତ ରହିଯାଇଛନ୍ତି ଆଉ ତାପରେ ଛୋଟ ପିଲାଟି ଧୀରେ ଧୀରେ ଆଗକୁ ବଢି ରୋଲିଙ୍ଗ ପାଖରେ ପହଂଚି ଯାଇଛି । ଯେଉଁ ରୋଲିଙ୍ଗରେ କୌଣସି ଗ୍ରିଲ ନାହିଁ । ରୋଲିଙ୍ଗ ନିକଟରେ ପହଂଚିବା ପରେ ପିଲାଟି ନିଜର ବାଲାନ୍ସ ହରାଇ ହଠାତ ଖସି ପଡୁଛି । ତେବେ ଏହାଦେଖି ମା ଏକ ସେକେଣ୍ଡ ମଧ୍ୟରେ ନିଜ ପିଲାର ଗୋଡ଼କୁ ଧରି ଦେଉଛନ୍ତି ଆଉ ତାପରେ ସେ ପିଲାର ଗୋଡ଼କୁ ଧରି ଧୀରେ ଧୀରେ ତାକୁ ଉପରକୁ ଉଠାଉଥିବା ଦେଖିବାକୁ ମିଳିଛି ।

Viral Video: चौथी मंजिल से नीचे गिरने ही वाला था बच्‍चा, मां ने आधे सेकंड में इस तरह बचाई जान

ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଦେଖିସାରିଛନ୍ତି । ଏଠାରେ କିଛି ଲୋକ ମା’ର ତାରିଫ କରୁଥିବା ବେଳେ କିଛି ଲୋକ ରୋଲିଙ୍ଗରେ କୌଣସି ପ୍ରକାର ବ୍ୟାରିକେଡ଼ ନଥିବା ନେଇ ଅଭିଯୋଗ କରିଛନ୍ତି । ୟୁଟ୍ୟୁବରେ ଜଣେ ୟୁଜର ଲେଖିଛନ୍ତି ଏଭଳି କାମ କେବଳ ଜଣେ ମା’ ହିଁ କରିପାରିବ ଓ ସେହି ବହାଦୁର ମା’ଙ୍କୁ ମୋର ସଲାମ । ତେବେ ଏହି ଘଟଣା ପରେ ବିଲଡିଂର ମ୍ୟାନେଜମେଣ୍ଟ ରୋଲିଙ୍ଗ ନିକଟରେ ଏକ ବକ୍ସ ରଖିଦେଇଛନ୍ତି । ସୂଚନା ଅନୁଯାୟୀ ଏହି ଘଟଣାରେ ପିଲାଟିର କୌଣସି ପ୍ରକାର କ୍ଷତି ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.