ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌-୨୦୧୯, ସପକ୍ଷରେ ଭୋଟ ଦେଇଛି ବିଜେଡି

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌-୨୦୧୯ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ଆଗତ କରିଛନ୍ତି । ବିଲ୍‌ ଆଗତ ସପକ୍ଷରେ ୨୯୩ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୮୨ ଭୋଟ୍‌ । ବିଲ୍‌ ଆଗତ ସପକ୍ଷରେ ଭୋଟ ଦେଇଛି ବିଜେଡି। ବିଲ ଆଗତ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିଲ୍‌କୁ ବିରୋଧ କରିଛନ୍ତି କଂଗ୍ରେସ ଓ ଟିଏମ୍‌ସି ସମେତ ଅନେକ ବିରୋଧୀ ଦଳ । କଂଗ୍ରେସ କହିଛି, ନାଗରିତକା ସଂଶୋଧନ ବିଲ୍‌ ଆଗତ କରିବା ସମ୍ବିଧାନ ବିରୋଧୀ । ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ସେହିପରି ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ୍‌ ଓେଓ୍ଵସୀ ମଧ୍ୟ ଏହି ବିଲ୍‌କୁ ଜୋରଦାର ବିରୋଧ କରିବା ସହ ଅମିତ ଶାହଙ୍କୁ ଟାର୍ଗେଟ୍‌ କରିଥିଲେ ।

amit sahaସେପଟେ ଗୃମହନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ବିଲ୍‌ ୦.୦୦୧ ପ୍ରତିଶତ ବି ସଂଖ୍ୟାଲଘୁଙ୍କ ବିରୋଧୀ ନୁହଁ । ଅମିତ ଶାହ କହିଛନ୍ତି, କଂଗ୍ରେସ ଯୋଗୁ ବିଲ୍‌ର ଆବଶ୍ୟକତା ରହିଛି । ଧର୍ମ ନାଁରେ କଂଗ୍ରେସ ଦେଶକୁ ବିଭାଜିତ କରିଛି । କଂଗ୍ରେସ ଏପରି କରିନଥିଲେ, ଏହି ବିଲ୍‌ର କେବେ ବି ଆବଶ୍ୟକତା ପଡ଼ିନଥାନ୍ତା । ବିଲ୍‌ ଆଇନରେ ପରିଣତ ହେଲେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍‌ସିଙ୍କୁ ଭାରତୀୟ ନାଗରିକତା ମିଳିବ । କିନ୍ତୁ ଏହି ବିଲ୍‌ରେ ମୁମଲମାନମାନଙ୍କୁ ସାମିଲ କରାଯାଇ ନାହିଁ । ବିଲ୍‌କୁ ଆସାମ ସହ ଉତ୍ତରପୂର୍ବ ଭାରତର ରାଜ୍ୟଗୁଡିକ ବିରୋଧ କରୁଛନ୍ତି । ସଂସଦରେ ଏହି ବିଲ୍‌କୁ ନେଇ ହଙ୍ଗାମା ଚାଲିଥିବା ବେଳେ ସଂସଦ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ବିଲ୍‌କୁ ବିରୋଧ କରିଛନ୍ତି । ବିଲ୍‌କୁ ବିରୋଧ କରି ଲୋକେ ରାସ୍ତାରେ ବିକ୍ଷୋଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.