Below header

କାର୍‌ ଭିତରୁ ରାତାରାତି ବାହାରି ଆସିଲା ଗଛ! ଲୋକେ କହିଲେ, ‘ଏହା ପ୍ରକୃତିର କରିସ୍ମା’

ସୋସିଆଲ ମିଡିଆରେ ଏବେ ଏବେ ଏକ କାର୍‌ର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓର ଖାସ୍‌ କଥା ହେଉଛି, ଧଳା ରଙ୍ଗର ଏହି କାର୍‌ ଭିତରୁ ଏକ ଗଛ ବାହାରି ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଭିଡିଓକୁ ପୋଷ୍ଟ କରାଯିବା ବେଳେ ଦାବି କରାଯାଇଛି ଯେ କାର୍‌ ଭିତରୁ ବାହାରିଥିବା ଗଛ ରାତାରାତି ବଡ଼ ହୋଇଯାଇଛି। କାର୍‌ ଆଖପାଖରେ ବହୁ ଲୋକ ଜମା ହୋଇ ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଆଉ ଆଚମ୍ବିତ ହୋଇ ସେମାନେ କାର୍‌ରୁ ବାହାରିଥିବା ଗଛକୁ ଦେଖୁଛନ୍ତି।

car1

ଏହାସହ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋରେ ନିଜକୁ ସମ୍ଭାଳିପାରିଲେନି ପ୍ରେମୀ ଯୁଗଳ, କଲେ ଏପରି କାମ ଯାହାର ଭିଡିଓ ହେଉଛି ଭାଇରାଲ

ଭିଡିଓକୁ ଦେଖି କେହି କେହି ଚଳିତ ହୋଇଯାଉଥିବା ବେଳେ ଆଉ କେହି ଏହା ଭଗବାନଙ୍କ ଚମତ୍କାରିତା ବୋଲି କହୁଛନ୍ତି। ତେଣୁ ଏହାକୁ ପୋଷ୍ଟ କରାଯିବା କ୍ଷଣି ଖୁବ୍‌ ମାତ୍ରାରେ ଶେୟାର ହେବାରେ ଲାଗିଛି। ଭିଡିଓକୁ ପୋଷ୍ଟ କରାଯାଇ ଲେଖାଯାଇଛି, ‘ଏହା ପ୍ରକୃତିର କରିସ୍ମା। ଫ୍ରାନ୍ସରେ ରାତାରାତି କାର୍‌ ଭିତରୁ ଗଛ ବାହାରିଆସିଛି। କିନ୍ତୁ ଏ ସବୁ କେମିତି ହେଲା, ତାହା କାହାକୁ ବି ଜଣାନାହିଁ’।

ଏହାସହ ପଢ଼ନ୍ତୁ: ଲଣ୍ଡନର ହିନ୍ଦୁ ମନ୍ଦିରରେ ଗାର୍ଲଫ୍ରେଣ୍ଡଙ୍କ ସହ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ, ପିଏମ୍‌ ମୋଦିଙ୍କ ନୂଆ…

ତେବେ ଭିଡିଓକୁ ଯାଞ୍ଚ କରାଯିବା ପରେ ଏହାକୁ ଏକ େଓ୍ଵବ୍‌ସାଇଟ ପୋଷ୍ଟ କରିଥିବା ଜଣାପଡ଼ିଛି। ଖବର ମୁତାବକ, ଘଟଣାଟି ଫ୍ରାନ୍ସର ନଟ୍‌ସ ଅଞ୍ଚଳର। ଏହା ଏକ କଳାକୃତି, ଯାହାକୁ ରୟାଲ ଡିଲକ୍ସ ଥିଏଟର ନାମକ କମ୍ପାନୀ ୮ ନଭେମ୍ବରରେ ନଟ୍‌ସର ବେଲଭ୍ୟୁ ଅଞ୍ଚଳରେ ଲଗାଇଥିଲା। ଖୋଳତାଡ଼ ପରେ ଏହି ପ୍ରକୃତ ସତ୍ୟ ଏବେ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.