Below header

ସାବଧାନ୍‌! ସିମ୍‌ ଏବଂ ହ୍ଵାଟସଅପ୍‌ ଦ୍ୱାରା ଚୋରି ହୋଇପାରେ ଆପଣଙ୍କ ଟଙ୍କା, ଏପରି ରୁହନ୍ତୁ ସତର୍କ

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଚୋରିର ଅନେକ ସ୍ମାର୍ଟ ତରିକା ସାମ୍ନାକୁ ଆସୁଛି। ପ୍ରାୟ ପ୍ରତ୍ୟେକଦିନ ଆମେ କିଛି ନା କିଛି ଫ୍ରଡ୍‌ ହୋଇଥିବା ଘଟଣା ଶୁଣୁଛନ୍ତ। ତେବେ ଏଭଳି ସ୍ଥିତିରେ ଆମକୁ ବହୁତ ସତର୍କରେ ରହିବାକୁ ପଡିବ। ଆମେ ସମସ୍ତେ ବେଳେବେଳେ ଏମିତି ଭୁଲ କରିଦିଅନ୍ତି ଯାହାଦ୍ୱାରା ଆମ ଡାଟା କିମ୍ବା ଟଙ୍କା ଚୋରି ହେବାର ଆଶଙ୍କା ବଢ଼ିଯାଇଥାଏ। ନିକଟରେ ବହୁତ ଘଟଣା ସବୁ ଦେଖିବାକୁ ମିଳୁଛି ଯେଉଁଥିରେ ଲୋକଙ୍କର ଟଙ୍କା ଚୋରି ହେଉଛି। କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କେତେବେଳେ ହୋଇଥାଏ?

ଅନଲାଇନ ପେମେଣ୍ଟ କରିବା ସମୟରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବା ଏକ ସାଧାରଣ କଥା ସେହିପରି ଡିଜିଟାଲ ପେମେଣ୍ଟ ବଢ଼ିବା କାରଣରୁ ଏହାର ଫ୍ରଡ୍‌ ହେବାର ଘଟଣା ମଧ୍ୟ ବହୁତ ବଢ଼ିଯାଇଛି। ଏମିତିରେ ଆଜି ଆମେ ଆପଣଙ୍କୁ ଏହା ଜଣାଇବାକୁ ଯାଉଛୁ କିପରି ଭାବେ ଏମିତି ଠକାମିରୁ ରକ୍ଷା ପାଇପାରିବେ।

fraudଅନଲାଇନ ଫ୍ରଡ ଠାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

• ସବୁବେଳେ ଧ୍ୟାନ ରଖନ୍ତୁ ନିଜର ବ୍ୟାଙ୍କ ପିନ୍‌ କିମ୍ବା ପାସଓ୍ଵାର୍ଡ କାହା ସହିତ ବି ସେୟାର କରନ୍ତୁ ନାହିଁ।

• ଯଦି ଆପଣଙ୍କ ପାଖକୁ କୌଣସି ପ୍ରକାର ଫର୍ଜି ମେସେଜ୍‌ ଆସୁଛି ତେବେ ତାହାଠାରୁ ସତର୍କକ ରୁହନ୍ତୁ ଏବଂ ଏପରି ମେସେଜକୁ ଅଣଦେଖା କରନ୍ତୁ।

• ଅନେକ ଥର ଏମିତି ହୋଇଥାଏ ଯେ ହ୍ୟାକର୍ସ ଆପଣଙ୍କ ପାଖକୁ ରେ ଏକ କ୍ୟୁଆର କୋଡ୍‌ ସେୟାର କରିଥାଏ। ଏପରି ଆସିଲେ ଏହାକୁ ସ୍କାନ କରି ହ୍ୟାକର୍ସ ଆପଣଙ୍କ ଟଙ୍କାକୁ ଚୋରାଇ ପାରିବ।

• ଏମିତିରେ ଆପଣ ଏହିଭଳି କ୍ୟୁଆର କୋଡରେ ନମ୍ବର, ପିନ ଏବଂ ଓଟିପି ଦିଅନ୍ତୁ ନାହିଁ।

card• ଅନେକ ହ୍ୟାକର୍ସ ଆପଣଙ୍କ ସିମକୁ ମଧ୍ୟ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ସେ ଆପଣଙ୍କ ନମ୍ବରକୁ ଆସୁଥିବା ଓଟିପିକୁ ଆକସେସ୍‌ କରିପାରନ୍ତି।

• ଏହି ହ୍ୟାକର୍ସ ଆପଣଙ୍କୁ କଷ୍ଟମର କେୟାର ଏକଜୁକେଟିଭ କହି କଲ୍‌ କରନ୍ତି ଏବଂ ଆପଣଙ୍କୁ ସିମ ଆକ୍ଟିଭେଟ୍‌ ରଖିବାର ଅଛି ବୋଲି ପଚାରନ୍ତି ଏବଂ ସିମ କାର୍ଡ ନମ୍ବର ପଚାରନ୍ତି। ଏମାନେ ଆପଣଙ୍କ ଆଧାର ନମ୍ବର ଏବଂ କାର୍ଡ ନମ୍ବର ମଧ୍ୟ ପଚାରିଥାନ୍ତି।

• ତେଣୁ କେବେବି ଯଦି ଏହି ସବୁ କଲ କିମ୍ବା ମେସେଜ୍‌ ଆସେ ତେବେ ଆପଣ ଏହାକୁ ବିଲକୁଲ ଅଣଦେଖା କରନ୍ତୁ।

• ଅନେକ ଥର ଚୋର ଆପଣଙ୍କୁ ନକଲି ବ୍ୟାଙ୍କ ଅଫିସର କହି କଲ୍‌ କରନ୍ତି। ଏହି ବାହାନାରେ ସେ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଡିଟେଲସ୍‌ ମାଗନ୍ତି ଆଉ ଯଦି ଆପଣ କହି ଦିଅନ୍ତି ତେବେ ଆପଣ କହିବାର ତୁରନ୍ତ ପରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.