Below header

କର୍ଣ୍ଣାଟକରେ ରହିବ ୟେଦୁରପ୍ପା ସରକାର, ୧୫ଟି ବିଧାନସଭା ଉପନିର୍ବାଚନର ଫଳାଫଳରେ ୧୨ଟି ଆସନରେ ବିଜେପି ଆଗୁଆ

କର୍ଣ୍ଣାଟକ: କର୍ଣ୍ଣାଟକରେ ରହିବ ୟେଦୁରପ୍ପା ସରକାର। ୧୫ଟି ବିଧାନସଭା ଉପନିର୍ବାଚନର ଫଳାଫଳରେ ୧୨ଟି ଆସନରେ ଆଗୁଆ ରହିଛି ବିଜେପି। କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ୨ଟି ଓ ଜେଡି(ଏସ୍‌) ଗୋଟିଏ ସିଟ୍‌ ଆଗରେ ଅଛି। ଅନ୍ୟ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି। ବିଜେପି ଆଗୁଆ ରହିବା ପରେ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସେପଟେ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଜନମତକୁ ଗ୍ରହଣ କରିନେଇଛି କଂଗ୍ରେସ। ଲୋକମାନେ ଦଳବଦଳକାରୀଙ୍କୁ ଗ୍ରହଣ କରିନେଇଛନ୍ତି। ଏଥିରେ ଦୁଃଖ ପ୍ରକାଶ କରିବାର ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର। ମୋଟ ୨୦ ରାଉଣ୍ଡରେ ହେବ ଭୋଟ ଗଣତି। ୧୫ଟି ବିଧାନସଭା ଆସନରୁ ଅତି କମରେ ୬ଟି ଆସନରେ ବିଜେପିକୁ ଜିତିବାକୁ ହେବ ।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୩ ରହିଛି। ବର୍ତ୍ତମାନ ବିଜେପିର ଅଛନ୍ତି ୧୦୬ ବିଧାୟକ । କଂଗ୍ରେସର ୬୭ ଓ ଜେଡିଏସ୍‌ର ୩୪ ବିଧାୟକ ଅଛନ୍ତି। ବହୁମତ ସାବ୍ୟସ୍ତ ପାଇଁ ୟେଦିୟୁରପ୍ପାଙ୍କ ନେତୃତ୍ୱୀଧୀନ ବିଜେପି ସରକାରକୁ ଆବଶ୍ୟକ ଅତି କମ୍‌ରେ ଆଉ ୭ଟି ଆସନ। ନହେଲେ ୟେଦିୟୁରପ୍ପା ସରକାର ପ୍ରତି ସଂକଟ ଘନେଇବ। କଂଗ୍ରେସ ଓ ଜେଡିଏସ୍‌ର ୧୭ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଏହି ୧୭ଟି ସିଟ୍‌ ଖାଲିପଡିଥିଲା। ଏଥିରୁ ଗତ ୫ ତାରିଖରେ ୧୫ଟି ଆସନରେ ଉପନିର୍ବାଚନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.