ରଣଜୀ ଟ୍ରଫି ମ୍ୟାଚରେ ଅଚାନକ ଗ୍ରାଉଣ୍ଡ ଭିତରକୁ ଆସିଗଲା ସାପ ଯାହାକୁ ଦେଖି ଦୌଡିବାକୁ ଲାଗିଲେ ଖେଳାଳି, ଦେଖନ୍ତୁ ଭିଡିଓ

ବିଜୟୱାଡାରେ ଖେଳାଯାଉଥିବା ରଣଜୀ ଟ୍ରଫି ଗ୍ରୁପ A ମ୍ୟାଚ ଯେଉଁଠି ଚାଲିଥିଲା ଆନ୍ଧ୍ରା ଓ ବିଦର୍ଭ ମଧ୍ୟରେ ମୁକାବିଲା। ତେବେ ମ୍ୟାଚରେ ଘଟିଥିଲା କିଛି ଏପରି ଯାହାକୁ ଦେଖି ଖେଳାଳିମାନେ ଡରି ଯାଇଥିଲେ। କାରଣ ଏଠାରେ ଗ୍ରାଉଣ୍ଡ ଭିତରକୁ ପଶି ଆସିଥିଲା ଏକ ସାପ। ବିସିସିଆଇ ଡେମୋସ୍ଟିକ ନିଜର ଅଫିସିଆଲ ଟ୍ୱିଟର ପେଜରେ ଏହି ଭିଡିଓକୁ ସେୟାର କରିଥିଲା । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ବିଦର୍ଭର କ୍ୟାପଟେନ ଫେଜ ଫୈଜଲ ଆନ୍ଧ୍ରା ବିରୋଧରେ ଟସ ଜିତିସରିବା ପରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏପରି ଘଟଣା ଘଟିଥିଲା । ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସାପଟି ଗ୍ରାଉଣ୍ଡ ଭିତରକୁ ଆସିବା ପରେ ତାକୁ ଦେଖି ସମସ୍ତ ଖେଳାଳି ଡରି ଯାଇଥିଲେ । ସାପକୁ ବାହାରକୁ ବାହାର କରିବା ପାଇଁ ଷ୍ଟାଡିୟମର କର୍ମଚାରୀମାନେ ମଧ୍ୟ ଆସିଯାଇଥିଲେ । ତେବେ ତାଳି ବଜାଇ ସେମାନେ ଗ୍ରାଉଣ୍ଡ ଭିତରୁ ସାପକୁ ବାହାର କରିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Leave A Reply

Your email address will not be published.