‘ମେଁ ପାପା ବନଗୈୟା’, ଟ୍ଵିଟ୍‌ କଲେ କପିଲ

ବାପା ବନିଗଲେ କମେଡିଆନ କପିଲ ଶର୍ମା । କପିଲଙ୍କ ପତ୍ନୀ ଗିନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କପିଲ ନିଜେ ଟ୍ଵିଟ୍‌ କରି ଏହି ଖବର ଜଣାଇଛନ୍ତି। କପିଲ ଟ୍ଵିଟ୍‌ରେ ଲେଖିଛନ୍ତି ‘ ମେଁ ପାପା ବନ୍‌ ଗୈୟା’। କପିଲ ଝିଅ ହେଇଥିବାରୁ ବହୁତ ଖୁସି ସହିତ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। କପିଲଙ୍କ ଏହି ଟ୍ଵିଟ୍‌ରେ ସମସ୍ତେ କପିଲଙ୍କ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।

ginni

କପିଲ ଏବଂ ଗିନି ପରସ୍ପରକୁ କଲେଜ ଦିନରୁ ଜାଣିଥିଲେ। ଦୁହେଁ ଗତବର୍ଷ ଡିସେମ୍ବର ୧୨ ତାରିଖରେ ବିବାହ କରିଥିଲେ। କପିଲ ବିବାହ ବାର୍ଷିକୀ ପୂର୍ବରୁ ହିଁ ବାପା ହୋଇଗଲେ। ସୂଚନାଯୋଗ୍ୟ, ଗିନି ଗର୍ଭବତୀ ଥିବା ସମୟରେ କପିଲ ତାଙ୍କର ବହୁତ ଧ୍ୟାନ ରଖିବା ସହିତ ଯତ୍ନ ମଧ୍ୟ ନେଇଥିଲେ। କପିଲ ବେବିମୁନ ପାଇଁ କାନାଡା ମଧ୍ୟ ଯାଇଥିଲେ। ସେଠାରେ ସେ ଗିନିଙ୍କ ସହିତ କିଛି ରୋମାଣ୍ଟିକ ସମୟ ମଧ୍ୟ ଅତିବାହିତ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.