୨୨ ମାସ ପରେ କବରରୁ ବାହାରିଲା ମୃତଦେହ, କନ୍ଧମାଳ ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡା: ୨୨ ମାସ ପରେ କବରରୁ ବାହାର ହେଲା ମୃତଦେହ । ୨୦୧୮ ଫେବୃଆରୀରେ ଜି.ଉଦୟଗିରିରେ ହୋଇଥିଲା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ । ପରିବାର ଲୋକଙ୍କ ଅଭିଯୋଗ ପରେ କନ୍ଧମାଳ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତ ଦେହ ବାହାର କରାଯାଇଛି । ମୃତ ଦେହ କଢାଯିବା ପରେ ବ୍ରହ୍ମପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ନାବାଳିକାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ପୋଷ୍ଟ ମର୍ଟମ୍ ରିପୋର୍ଟ ତାହା ସ୍ପଷ୍ଟ ହେବ । ନାବାଳିକା ଛାତ୍ରୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ତାଙ୍କ ଜ୍ୱାଇଁ ହତ୍ୟା କରିଥିବା ଛାତ୍ରୀଙ୍କ ବାପା ମାଆ ଅଭିଯୋଗ କରିଥିଲେ । ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.