ଶାରୀରିକ ସମ୍ପର୍କ ବିନା ମଧ୍ୟ ହୋଇପାରନ୍ତି ଗର୍ଭବତୀ! ତେଣୁ ଭୁଲରେ ବି କରନ୍ତୁନି ଏସବୁ କାମ

ଉଭୟ ପତିପତ୍ନୀ ଓ ପ୍ରେମୀଯୁଗଳଙ୍କ ପାଇଁ ଶାରୀରିକ ସମ୍ପର୍କ ଏକ ନୂତନ ଅନୁଭବ। ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହା ସାହାଯ୍ୟ କରେ। ଉଭୟେ ଉଭୟଙ୍କୁ ଅଧିକ ଚିହ୍ନିବା ବା ଜାଣିବାରେ ମଧ୍ୟ ସହବାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ବେଳେବେଳେ ବିନା ପ୍ରୋଟେକ୍ସନ୍‌ରେ ଜଣେ ପାର୍ଟନରଙ୍କ ସହ ଅନ୍ତରଙ୍ଗ ହୋଇଗଲେ ମନରେ ଗର୍ଭଧାରଣକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କିମାରେ। ସମ୍ପୂର୍ଣ୍ଣ ସମ୍ଭୋଗ ବିନା ବି କ’ଣ କେହି ଗର୍ଭଧାରଣ କରିପାରେ, ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏନେଇ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ…

  • ଶାରୀରିକ ସମ୍ପର୍କ ବେଳେ ଏକ୍ସାଇଟେଡ୍‌ ଥିବା ପୁରୁଷଙ୍କର ଶରୀରରୁ ଅଳ୍ପ ପରିମାଣର ଶୁକ୍ରାଣୁ ନିର୍ଗତ ହୋଇଥାଏ, ଯାହା ସେ ନିଜେ ବି ଅନୁଭବ କରିପାରନ୍ତି ନାହିଁ। ଫଳରେ ଏହା ପାର୍ଟନରଙ୍କ ଶରୀର ଭିତରକୁ ଚାଲିଯାଏ। ଅଧିକାଂଶ ସମୟ ଏହା କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ଏହାକୁ ଅଣଦେଖା କରିବା ଅନୁଚିତ। ଏହା ଦ୍ୱାରା ମଧ୍ୟ ଗର୍ଭବତୀ ହେବା ସମ୍ଭାବନା ରହିଛି।

  • ମହିଳାଙ୍କ ଯୌନାଙ୍ଗ ଆଖପାଖ ଅଂଶରେ ଶୁକ୍ରାଣୁ ନିର୍ଗତ କରିବା ଦ୍ୱାରା ମଧ୍ୟ ଜଣେ ଗର୍ଭବତୀ ହେବା ଆଶଙ୍କା ରହିଛି। ସିମେନ୍‌ ଲାଗିଥିବା ଆଙ୍ଗୁଠି ମହିଳାଙ୍କ ଯୌନାଙ୍ଗ ସଂସ୍ପର୍ଶରେ ଆସିଲେ ଶରୀର ଭିତରକୁ ଶୁକ୍ରାଣୁ ଚାଲିଯାଇଥାଏ। ଫଳରେ ମହିଳା ଗର୍ଭବତୀ ହୋଇଯାନ୍ତି।
  • କୃତ୍ରିମ ଉପାୟରେ ସମ୍ଭୋଗ କରିବା ପରେ ଯଦି ହାତ ନ ଧୋଇ ଯୌନାଙ୍ଗକୁ ସ୍ପର୍ଶ କରନ୍ତି, ତେବେ ମଧ୍ୟ ଗର୍ଭବତୀ ହେବା ଆଶଙ୍କା ରହିଛି।

  • ଯଦି ପାର୍ଟନର ମଳଦ୍ୱାରା ଆଖପାଖ ସ୍ଥାନରେ ଶୁକ୍ରାଣୁ ନିର୍ଗତ କରୁଛନ୍ତି ତେବେ ତାହା ଯୌନାଙ୍ଗକୁ ପ୍ରବେଶ କରିବା ଆଶଙ୍କା ଥାଏ। ଏହା ଦ୍ୱାରା ମଧ୍ୟ ଜଣେ ଗର୍ଭଧାରଣ କରିପାରିବା ଆଶଙ୍କା ଥାଏ।

ତେଣୁ ଏହିସବୁ ପ୍ରତି ସାବଧାନତା ଅବଲମ୍ବନ କଲେ ଅବାଂଛିତ ଗର୍ଭଧାରଣର ସମସ୍ୟାକୁ ଏଡାଇ ଦିଆଯାଇ ପାରିବ । ଆପଣ ବି ଏହି ସବୁ ସମସ୍ୟାକୁ ନେଇ ଚିନ୍ତିତ କି? ତେବେ ଏ ସବୁ ଦିଗ ପ୍ରତି ଖାସ ଧ୍ୟାନ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.