ପ୍ରଥମ ଦେଖାରେ ପାର୍ଟନରଙ୍କ ସହ କ’ଣ କଥା ହେବେ ଭାବି ଦ୍ୱନ୍ଦ୍ୱରେ ଅଛନ୍ତି କି? ଟ୍ରାଏ କରନ୍ତୁ ଏହି ଟିପ୍ସ୍‍

ଯେତେବେଳେ ପ୍ରେମୀଯୁଗଳ ପ୍ରଥମ ଥର ପାଇଁ ପରସ୍ପର ସହ ଦେଖା ହେବା କଥା ଭାବିଥାନ୍ତି, ସେତେବେଳେ ସେମାନେ ଦେଖାହେଲେ କ’ଣ କଥା ହେବେ ଭାବି ଦ୍ୱନ୍ଦ୍ୱରେ ରହିଥାନ୍ତି। ସମ୍ପର୍କ ଉପରେ କିଛି ଖରାପ ପ୍ରଭାବ ପଡ଼ିବ ଭାବି ସେମାନେ ଗୁଡ଼େ ଏଣୁ ତେଣୁ ଗପିବାକୁ ବି ସାହସ କରି ପାରନ୍ତିନି। ତେଣୁ କେବଳ ଇଆଡ଼େ ସିଆଡ଼େ ଅନାଇ ସେମାନେ ସମୟ ନଷ୍ଟ କରନ୍ତି। ଫଳରେ ପ୍ରଥମ ଦେଖାରେ କହିବାକୁ ଭାବି ଥିବା ଅନେକ କଥା ମନ ଭିତରେ ହିଁ ରହିଯାଏ। ଆପଣ ବି ଯଦି ସାଥୀଙ୍କ ସହ ପ୍ରଥମ ସହ ଭେଟିବାକୁ ଯାଉଛନ୍ତି ଓ କ’ଣ କଥା ହେବେ ଭାବି ଚିନ୍ତାରେ ଅଛନ୍ତି, ତେବେ ଆସନ୍ତୁ ଜାଣିବା ପ୍ରଥମ ଦେଖାରେ କିଭଳି କଥା ହେବା ଉଚିତ…

କାହା ସହ ପ୍ରଥମ ଥର ପାଇଁ ଦେଖା କରିବାକୁ ଯାଉଥିଲେ ଆରମ୍ଭ ନିଜ ପ୍ରଫେସନ ବା ଚାକିରିକୁ ନେଇ କରନ୍ତୁ। କାରଣ ଅଧିକାଂଶ ଲୋକ ଏନେଇ ଆଗ୍ରହ ପ୍ରକାଶ କରିଥାନ୍ତି।

ଏହି ସମୟରେ ଆପଣ ପାର୍ଟନରଙ୍କ ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ସମ୍ପର୍କରେ ମଧ୍ୟ ପଚାରି ପାରିବେ। ନିକଟରେ କେଉଁ ଫିଲ୍ମ ଦେଖିଛନ୍ତି ସେ ବିଷୟରେ ମଧ୍ୟ କଥାବାର୍ତ୍ତା କରି ପାରିବେ।

 

ପ୍ରଶଂସା କାହାକୁ ବା ପସନ୍ଦ ଆସେନି! ଖାସ୍‌ କରି ଝିଅମାନଙ୍କୁ ନିଜ ପ୍ରଶଂସା ଶୁଣିବାକୁ ଭଲ ଲାଗେ। ଏହି ଟ୍ରିକ୍‌କୁ ଆପଣ ପ୍ରଥମ ଦେଖା ବେଳେ ମଧ୍ୟ ଉପଯୋଗ କରି ପାରିବେ। ସାଥୀଙ୍କ ଡ୍ରେସ୍‌କୁ ପ୍ରଶଂସା କରନ୍ତୁ। ତାଙ୍କ ବ୍ୟବହାରକୁ ବି ତାରିଫ୍‌ କରିପାରନ୍ତି।

ପ୍ରଥମ ଦେଖା ବେଳେ ଆପଣ ପାର୍ଟନରଙ୍କ ସାଙ୍ଗମାନଙ୍କ ବିଷୟରେ ମଧ୍ୟ ପଚାରି ପାରିବେ। କେଉଁ ବନ୍ଧୁଙ୍କ ସହ ସେ ଅଧିକ କ୍ଲୋଜ୍‌, କାହା ସହ ସବୁ କଥା ସେୟାର କରନ୍ତି; ଏସବୁ ପଚାରି ମଧ୍ୟ ଆପଣ କଥାବାର୍ତ୍ତାକୁ ଆଗକୁ ବଢ଼ାଇ ପାରିବେ।

ସାଥୀଙ୍କ ଓ୍ଵିକ୍‌ଏଣ୍ଡ୍‌ର ପ୍ଲାନ୍‌ କ’ଣ ପଚାରନ୍ତୁ। ଯଦି କିଛି ପ୍ଲାନ୍‌ ନଥିବ ତେବେ ଦ୍ୱିତୀୟ ଥର ଦେଖା ହେବାକୁ ପଚାରି ପାରନ୍ତି। ଏହା ଦ୍ୱାରା ସମ୍ପର୍କ ଆଗକୁ ବଢ଼ିବ।

ଯଦି ଆପଣଙ୍କ କଥାରେ ପାର୍ଟନର ବୋର୍‌ ହେଉଛନ୍ତି ବୋଲି ଭାବୁଛନ୍ତି, ତେବେ ତାଙ୍କ ଜୀବନର ସବୁଠାରୁ ମଜାଳିଆ ଘଟଣା କ’ଣ ପଚାରି ମାହୋଲକୁ ଟିକେ ହାଲ୍‌କା କରନ୍ତୁ। ଅନ୍ୟଙ୍କୁ ହସାଇ ପାରୁଥିବା ପୁଅ ବା ଝିଅ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି। ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଅଧିକ ମଜଭୁତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.