Vodafone ଲଞ୍ଚ୍‌ କଲା ୩ଟି ନୂଆ ପ୍ରିପେଡ୍‌ ପ୍ଲାନ୍‌, ୩୯ ଟଙ୍କାରୁ ଆରମ୍ଭ!

Vodafone ନିଜ ଗ୍ରାହକମାନଙ୍କ ପାଇଁ ୩ଟି ନୂଆ ପ୍ରିପେଡ୍‌ ପ୍ଲାନ୍‌ ଆଣିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୩୯ ଟଙ୍କା। ବର୍ତ୍ତମାନ ଏହି ପ୍ଲାନ୍‌ ୪ଟି ସର୍କଲରେ ଉପଲବ୍ଧ କରାଯାଇଛି। ସେଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ଓଡ଼ିଶା ଓ ପୂର୍ବ ଉତ୍ତର ପ୍ରଦେଶ। ଏହି ୪ଟି ସର୍କଲ ପାଇଁ Vodafone ୩ଟି ପ୍ଲାନ୍‌ ଲଞ୍ଚ୍‌ କରିଛି।

vo2

-୩୯ ଟଙ୍କାର ପ୍ଲାନ୍‌ରେ ଆପଣଙ୍କୁ ୧୦୦ ଏମ୍‌ବି ଡାଟା ମିଳିବ, ଯାହାର ବୈଧତା ୨୮ ଦିନ ପଯ୍ୟର୍ନ୍ତ ରହିବ। ଏଥିରେ ଗ୍ରାହକମାନେ ୨.୫ ଟଙ୍କା ପ୍ରତି ସେକେଣ୍ଡ ଦରରେ ଆଉଟ୍‌ଗୋଇଂ କଲିଂର ଆନନ୍ଦ ନେଇପାରିବେ।

-୧୨୯ ଟଙ୍କାର ପ୍ଲାନ୍‌ରେ ଆପଣଙ୍କୁ ୨ ଜିବି ଡାଟା ମିଳିବ। ଏଥିରେ ଅନ୍‌ଲିମିଟେଡ୍‌ କଲିଂର ସୁବିଧା ମିଳିବ, ଯାହାକି ସବୁ ନେଟ୍‌ଓ୍ଵାର୍କରେ ଲାଗୁ ହେବ। ଏହି ପ୍ଲାନ୍‌ରେ ମୋଟ ୩୦୦ଟି ମେସେଜ୍‌ ସୁବିଧା ମିଳିବ। ପ୍ଲାନ୍‌ର ବୈଧତା ୧୪ ଦିନ ପଯ୍ୟର୍ନ୍ତ ରହିବ।

vo5

-୧୪୯ ଟଙ୍କାର ପ୍ଲାନ୍‌ରେ ମଧ୍ୟ ୧୨୯ ଟଙ୍କାର ପ୍ଲାନ୍‌ ଭଳି ସୁବିଧା ମିଳିବ। କିନ୍ତୁ ଏହାର ବୈଧତା ୨୮ ଦିନ ପଯ୍ୟର୍ନ୍ତ ରହିବ। ଏଥିରେ ଜି୫ ଆପ୍‌ର ସବ୍‌ସ୍କ୍ରିପ୍‌ଶନ ମିଳିବ, ଯାହାର ମୂଲ୍ୟ ୯୯୯ ଟଙ୍କା ହେବ ଅର୍ଥାତ୍‌ ଏହି ସବ୍‌ସ୍କ୍ରିପ୍‌ଶନ ୧ ବର୍ଷ ପାଇଁ ବୈଧ ହେବ।

-ସେହିପରି ୨୧୯ ଟଙ୍କାର ପ୍ଲାନ୍‌ର ବୈଧତା ୨୮ ଦିନ ପଯ୍ୟର୍ନ୍ତ ରହିବ। ଏଥିରେ ଆପଣଙ୍କୁ ପ୍ରତ୍ୟେକ ଦିନ ୧ ଜିବି ଡାଟା ମିଳିବ। ଏହି ପ୍ଲାନ୍‌ରେ ମଧ୍ୟ ଜି୫ ଏବଂ ଭୋଡାଫୋନ୍‌ର ସବ୍‌ସ୍କ୍ରିପ୍‌ଶନ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.