ଖାଇବା ବଦଳରେ ଏବେ ପିନ୍ଧନ୍ତୁ ‘‘ମ୍ୟାଗି ଚପଲ’’

ମ୍ୟାଗି ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଖୁସି ଝଲସି ଉଠେ। ଖାସ୍‌ କରି ଘରଠାରୁ ଦୂରରେ ରହୁଥିବା ପିଲାଙ୍କ ରାତି ଅଧର ସାଥୀ ହେଉଛି ମ୍ୟାଗି। ରାତି ୧୨ଟା ହେଉ କି ୨ଟା, ଭୋକ ଲାଗିଲା ମାତ୍ରକେ ମନେ ପଡ଼େ ମ୍ୟାଗି। ଶସ୍ତା, ସୁନ୍ଦର, ମଜଭୁତ ହୋଇଥିବାରୁ ସବୁ ପିଲାଙ୍କୁ ମ୍ୟାଗି ଖୁବ୍‌ ପସନ୍ଦ। ତେବେ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ମ୍ୟାଗିକୁ କେବେ ଆପଣ ଫ୍ୟାଶନରେ ବ୍ୟବହାର କରିବା କଥା ଭାବିଛନ୍ତି କି! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ସେହିଭଳି ଏକ ଫଟୋ ସାମ୍ନାକୁ ଆସିଛି। ଏକ କମ୍ପାନୀ ମ୍ୟାଗିକୁ ଫ୍ୟାଶନରେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

ଇଟାଲୀର ଏକ ଲକଜ୍ୟୁରୀ ବ୍ରାଣ୍ଡ Bottega Veneta ଅଜାଣତରେ ଏକ ଏମିତି ଚପଲ ପ୍ରସ୍ତୁତ କରିଛନ୍ତି ଯାହା ମ୍ୟାଗି ଓ ନୁଡଲ୍ସ ପ୍ରେମୀଙ୍କୁ ଖୁବ୍‌ ପସନ୍ଦ ଆସିଛି। ଚପଲ ପ୍ରସ୍ତୁତ କରିବା ପରେ କମ୍ପାନୀ ଏହି ଚପଲ ଅବିକଳ ନୁଡଲ୍ସ ଭଳି ଦିଶୁଥିବା ଜାଣିବାକୁ ପାଇଥିଲା।

ଏହି ବ୍ରାଣ୍ଡର Pre-Fall 2020  କଲେକ୍ସନ୍‌ର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର ହୋଇଛି। ଡାଏଟ୍‌ ପ୍ରାଡା ଆକାଉଣ୍ଟରୁ ଏକ ନ୍ୟୁଡଲ୍ସ ଓ ମ୍ୟାଗି ଭଳି ଦିଶୁଥିବା ଚପଲର ଫଟୋ ସେୟାର କରାଯାଇଛି। ଏହି ପୋଷ୍ଟ ଦେଖି ବିଭିନ୍ନ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।

ତେବେ ଏହି ଲକଜ୍ୟୁରିୟସ୍‌ ଚପଲର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ଅଧିକ ହେବ ବୋଲି ଜଣାଯାଇଛି।

Leave A Reply

Your email address will not be published.