ପ୍ରଜାପତିଙ୍କ ଆଖିରେ ଥାଏ ୬୦୦୦ ଲେନ୍ସ, ଜାଣନ୍ତୁ ପ୍ରଜାପତିଙ୍କ ବିଷୟରେ ଏମିତି କିଛି ଅଜଣା କଥା

ପ୍ରଜାପତିକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଏକ ପ୍ରକାର ବିଶେଷ ଅକୃଷ୍ଟତା ଥାଏ । ଛୋଟ ରୁ ବଡ ସମସ୍ତେ ପ୍ରଜାପତି ଟିଏ ଦେଖିଲା ମାତ୍ରେ ତାକୁ ଧରିବାକୁ ଗୋଡାଇଯାନ୍ତି । ଭରି ସୁନ୍ଦର ଦିଶୁଥିବା ଏହି ଛୋଟ ଜୀବ ସମ୍ପର୍କରେ କିଛି ରୋଚକ କଥା ଅନେକେ ହୁଏତ ଜାଣିନଥିବେ । ଆସନ୍ତୁ ଆଜି ସେସବୁ ଉପରେ ଏକ ଦୃଷ୍ଟି ପକାଇବା ।

୧. ଯଦି ପ୍ରଜାପତି ମାନଙ୍କୁ ସୁଯୋଗ ଦିଆଯାଏ ତେବେ ସେମାନେ ମଣିଷର ରକ୍ତ, ଝାଳ, ଲୁହକୁ ପିଇ ଦେଇପାରନ୍ତି ।

୨ .ପୃଥିବୀ ପୃଷ୍ଠରେ ସମୁଦାୟ ୨୪,୦୦୦ ପ୍ରକାରର ପ୍ରଜାପତି ମହଜୂତ ଅଛନ୍ତି । ଆଣ୍ଟର୍ଟିକାକୁ ଛାଡ଼ି ଅନ୍ୟ ସମସ୍ତ ଦ୍ଵିପରେ ପ୍ରଜାପତି ମହଜୂତ ଅଛନ୍ତି ।

butterfly

୩. ଆଉ ମଧ୍ୟ ପ୍ରଜାପତିର ପଙ୍ଖରେ ଗୋଟିଏ ପାଖରୁ ଅନ୍ୟ ପାଖକୁ ସହଜରେ ଦେଖିହୁଏ । ସାଧାରଣତଃ ପ୍ରଜାପତି ମାନଙ୍କ ୪ଟି ପଙ୍ଖ ଥିବା ବେଳେ ପୃଥିବୀର ସବୁଠୁ ବଡ ପ୍ରଜାପତିର ୧୨ ଟି ପଙ୍ଖ ଅଛି ।

୪.ପ୍ରଜାପତି ମାନେ ଜମା ବି ଶୁଣି ପାରନ୍ତି ନାହିଁ । କିନ୍ତୁ ଏମାନେ ଭାଇବ୍ରେସନକୁ ଭଲଭାବେ ଅନୁଭବ କରି ପାରନ୍ତି ।

୫. ପ୍ରଜାପତି ମାନେ ମଧ୍ୟ ମହୁମାଛି ମାନଙ୍କ ପରି ଫୁଲ ମାନଙ୍କରୁ ରସ ସଂଗ୍ରହ କରିଥାନ୍ତି ।

butterfly

୬. ପ୍ରଜାପତି ମାନଙ୍କର ଜୀବନଚକ୍ର ସାଧାରଣତଃ ୨ ରୁ ୪ ସପ୍ତାହ ମଧ୍ୟରେ ହିଁ ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ପ୍ରଜାତି ୯ ମାସ ପର୍ଯ୍ୟନ୍ତ ବଞ୍ଚିପାରନ୍ତି ।

୭. ପ୍ରଜାପତି ମାନେ ସବୁବେଳେ ପତ୍ର ଉପରେ ହିଁ ଅଣ୍ଡା ଦେଇଥାନ୍ତି । ପୃଥିବୀର ସବୁଠୁ ବଡ ପ୍ରଜାପତି ୧୨ ଇଞ୍ଚର ହୋଇଥିବା ବେଳେ ସବୁଠୁ ସାନ ପ୍ରଜାପତିର ଆକାର ଅଧା ଇଂଚର ହିଁ ହୋଇଥାଏ ।

butterfly

୮. ଯେକୌଣସି ଖାଦ୍ୟର ସ୍ୱାଦ ପ୍ରଜାପତି ନିଜ ପାଦ ସାହାଯ୍ୟରେ ହିଁ ଚାଖିଥାଏ । ଏମାନଙ୍କ ରକ୍ତ ଥଣ୍ଡା ହୋଇଥାଏ । ଶରୀରର ତାପମାତ୍ରା ୮୫ ଡିଗ୍ରୀ ଫାରେନହିଟ ହେଲେ ହିଁ ଏମାନେ ଉଡି ପାରିଥାନ୍ତି ।

୯. ପ୍ରାଚୀନ ମିଶରୀୟ ମାନଙ୍କ ଚିତ୍ର କଳାରେ ପ୍ରଜାପତି ମାନଙ୍କ ଚିତ୍ର ରହିଥିବା ମଧ୍ୟ ନଜିର ରହିଛି ।

୧୦. ପ୍ରଜାପତି ମାନଙ୍କ ଆଖିରେ ୬୦୦୦ ଲେନ୍ସ ଥାଏ । ଯାହା ସାହାଯ୍ୟରେ ସେମାନେ ଅଲଟ୍ରା ଭାଓଲେଟ ଲାଇଟକୁ ସହଜରେ ଦେଖି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.