ଏଠାରେ ସାତ ପଇସାରେ ମିଳୁଛି ପେଟ୍ରୋଲ୍‌, ଭରପୂର ଲାଭ ଉଠାଉଛନ୍ତି ଲୋକେ

ଦେଶରେ ପେଟ୍ରୋଲ ଡିଜେଲ୍‌ ଦର ଆକାଶ ଛୁଆଁ । ଏହି ମହଙ୍ଗା ସମୟରେ ଲୋକେ ନିଜ ଗାଡିରେ ବାହାରକୁ ଯିବା ଆସିବାକୁ ଧିରେ ଧିରେ କମାଇ ଦେଲେଣି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଆପଣଙ୍କୁ ଏକ ଲିଟର ପେଟ୍ରୋଲ ଏକ ପଇସାରୁ ବି କମ୍‌ ମୂଲ୍ୟରେ ମିଳିଯିବ ।

diselଭାରତରେ ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର କମ୍‌ ହେବାର ନା ନେଉନାହିଁ, ଏଭଳି ସ୍ଥିତରେ ଦୁନିଆର ଏମିତି ଦେଶ ଯେଉଁଠାରେ ଆପଣଙ୍କୁ ସାତ ପଇସାରେ ଏକ ଲିଟର ପେଟ୍ରୋଲ ମିଳିଯିବ। ଆଜି ଆମେ ଆପଣଙ୍କୁ ସେହି ଦେଶ ବିଷୟରେ କହିବୁ ଯେଉଁଠାରେ ଶସ୍ତାରେ ପେଟ୍ରୋଲ ମିଳୁଛି ।

ବେନେଜୁଏଲାରେ ମିଳୁଛି ସବୁଠାରୁ ଶସ୍ତା ପେଟ୍ରୋଲ:

ବେନେଜୁଏଲା ଦକ୍ଷିଣ ଆମେରିକା ମହାଦ୍ୱୀପରେ ଅବସ୍ଥିତ ଏକ ଦେଶ । ଯାହାର ରାଜଧାନୀ କାରାକାସ । ବେନେଜୁଏଲାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ସାତ ପଇସା । ଏହା ଶତ ପ୍ରତିଶତ ସତ କଥା । ଏଠାରେ ଏକ ପଇସାରୁ କମ୍‌ ମୂଲ୍ୟରେ ବି ପେଟ୍ରୋଲ ମିଳୁଛି ।

ଇରାନରେ ୧୦ଟଙ୍କାରୁ କମ୍‌ ଦରରେ ମିଳୁଛି ଏକ ଲିଟର ପେଟ୍ରୋଲ:

ଇରାନ୍‌ ଏସିୟାର ଦକ୍ଷିଣ-ପଶ୍ଚିମ ଖଣ୍ଡରେ ଅବସ୍ଥିତ ଦେଶ । ଇରାନରେ ପେଟ୍ରୋଲ ମୂଲ୍ୟ ୮.୫୫ପଇସା ପ୍ରତି ଲିଟର । ସୂଚନା ଥାକି ଇରାନରେ କଞ୍ଚା ତେଲର ଉତ୍ପାଦନ ହୋଇଥାଏ । ଇରାନ ସମେତ ବିଭିନ୍ନ ଦେଶରେ କଞ୍ଚା ତେଲ ଉତ୍ପାଦନ ହୋଇଥାଏ ।

iranସୁଡାନରେ ମଧ୍ୟ ବହୁତ ଶସ୍ତା ପେଟ୍ରୋଲ:

ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ସୁଡାନରେ ହିଁ ମିଳିଥାଏ । ସୁଡାନ୍‌ ଉତ୍ତର-ପୂର୍ବ ଆଫ୍ରିକାରେ ଅବସ୍ଥିତ ଏକ ଭୂ-ପରିବେଷ୍ଟିତ ଦେଶ ଅଟେ । ସୁଡାନର ଲୋକେ ଏକ ଲିଟର ପେଟ୍ରୋଲକୁ ୧୨.୧୧ପଇସା ଦେଇଥାନ୍ତି ।

ଆଲଜେରିୟାରେ ବି ମିଳେ ଶସ୍ତାରେ ପେଟ୍ରୋଲ୍‌:

ସବୁଠାରୁ ଶସ୍ତା ପେଟ୍ରୋଲ ମାମଲାରେ ଚତୁର୍ଥ ସ୍ଥାନରେ ଆଲଜେରିୟାର ନାଁ ଆସିଥାଏ । ଆଲଜେରିୟାରେ ମଧ୍ୟ ସୁଡାନ୍‌ ଭଳି ଏକ ଲିଟର ପେଟ୍ରୋଲ ଦର ୧୨.୧୧ ପଇସାରେ ମିଳୁଛି ।

kuatକୁଏତରେ ମଧ୍ୟ ପେଟ୍ରୋଲ ଦର ବହୁତ କମ୍‌:

କୁଏତରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୨.୧୧ ପଇସାରେ ବିକ୍ରି ହେଉଛି । କୁଏକରେ ମଧ୍ୟ କଞ୍ଚା ତେଲ ଉତ୍ପାଦନ କରାଯାଇଥାଏ। ଏଥିପାଇଁ କୁଏତରୁ ବହୁ ଦେଶ କଞ୍ଚା ତେଲ କିଣିଥାନ୍ତି ।

Leave A Reply

Your email address will not be published.