ଶନି ଦୋଷ ଦୂର କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ଆଜି ଶନିବାର କର୍ମଫଳଦାତା ଶନିଦେବଙ୍କୁ ସର୍ମପିତ କରାଯାଏ। ଶନିଦେବ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ତାଙ୍କୁ ଫଳ ଦିଅନ୍ତି। କୁହାଯାଏ ଯେ ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ ବକ୍ରଦ୍ରୁଷ୍ଟି ପଡେ ତାଙ୍କୁ ଜୀବନରେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏମିତିରେ ବହୁତ ଜରୁରୀ ହୋଇଥାଏ ଆପଣଙ୍କ ଉପରେ ଶନିଦେବଙ୍କ କ୍ରୁପା ନିହାତି ରହିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି କିଛି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ଶନିଦେବଙ୍କ ଦୋଷକୁ ଦୂର କରାଯାଇପାରିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଶିବଙ୍କର ଉପାସନା

shaniଶନିଦେବଙ୍କ ଦୋଷ ଦୂର କରିବା ପାଇଁ କିମ୍ବା ତାଙ୍କ କ୍ରୁପାା ପାଇବା ପାଇଁ ଶିବ ଉପାସନା ଏକ ସିଦ୍ଧ ଉପାୟ। ନିୟମାପୂର୍ବକ ଶିବ ସହସ୍ରନାମ କିମ୍ବା ଶିବ ପଞ୍ଚାକ୍ଷରୀ ମନ୍ତ୍ରର ପାଠ କରିବା ଦ୍ୱାରା ଶନିଙ୍କର ପ୍ରକୋପର ଭୟ ରହିଥାଏ ଏବଂ ସବୁ ବାଧା ଦୂର ହୋଇଥାଏ। ଏହି ଉପାୟ ଦ୍ୱାରା ଶନି ଦେବଙ୍କର ବକ୍ର ଦ୍ରୁଷ୍ଟିରୁ ନକରାତ୍ମକ ପରିଣାମ ସମାପ୍ତ ହୋଇଯାଇଥାଏ।

ମାତା-ପିତାଙ୍କ ସମ୍ମାନ ଏବଂ ତାଙ୍କ ସେମାନଙ୍କ ସେବା କରନ୍ତୁ

poojaଶନିଦେବଙ୍କ କ୍ରୁପା ପାଇବା ପାଇଁ ନିଜ ମାତାଙ୍କ ସମ୍ମାନ ଏବଂ ତାଙ୍କ ସେବା କରନ୍ତୁ। ଯଦି ଆପଣ ନିଜ ମାତା ପିତାଙ୍କ ଠାରୁ ଦୂରରେ ରହୁଛନ୍ତି ତେବେ ତାଙ୍କୁ ପ୍ରତ୍ୟେକ ଦିନ ଫୋନ ଯୋଗେ କିମ୍ବା ମନରେ ପ୍ରତିଦିନ ପ୍ରଣାମ କରନ୍ତୁ।

ହନୁମାନଙ୍କ କରନ୍ତୁ ପୂଜା

hanumaanହନୁମାନଙ୍କର ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ନିୟମିତ ରୂପରେ ହନୁମାନ ଚାଳିସା ପାଠ କରନ୍ତୁ। ଏମିତି କଲେ ଆପଣଙ୍କ ଉପରେ କେବେବି ଶନି ଦେବଙ୍କର ଖରାପ ପ୍ରଭାବ ପଡିବନାହିଁ। ହନୁମାନ ମନ୍ଦିର ଯାଇ ନିଜ କ୍ଷମତେ ଅନୁଯାୟୀ କିଛି ମିଠା ପ୍ରସାଦ ଚଢ଼ାନ୍ତୁ। ସୁନ୍ଦରକାଣ୍ଡର ପାଠ କରିବା ଦ୍ୱାରା ମଧ୍ୟ ବିଶେଷ ଲାଭ ମିଳିଥାଏ।

Leave A Reply

Your email address will not be published.