ସୌରମଣ୍ଡଳର ଏମିତି ଏକ ଗ୍ରହ ଯେଉଁଠି ହେଉଛି ହୀରା ବର୍ଷା

ଆମ ସୌର ମଣ୍ଡଳରେ ଏମିତି ଚାରୋଟି ଗ୍ରହ ଅଛନ୍ତି ଯେଉଁ ମାନଙ୍କୁ ‘ଗ୍ୟାସ ଦାନବ’ ବୋଲି କୁହାଯାଇଥାଏ । ସେଠି ମାଟି,ପଥର ଅପେକ୍ଷା ଅଧିକ ମାତ୍ରାରେ ଗ୍ୟାସ ଥାଏ । ଏହା ସହ ଏହି ଗ୍ରହ ମାନଙ୍କ ଆକାର ବି ଖୁବ ବଡ । ଏହି ଗ୍ରହ ମାନଙ୍କ ଭିତରେ ଅଛନ୍ତି ନେପଚୁନ, ଯୁରେନସ ଓ ବୃହସ୍ପତି । ନେପଚୁନ ପୃଥିବୀ ଠାରୁ ସବୁଠୁ ଅଧିକ ଦୂରରେ ଅବସ୍ଥିତ । ସଦା ସର୍ବଦା ଏହି ଗ୍ରହର ତାପମାତ୍ରା ମାଇନସ ୨୦୦ଡିଗ୍ରୀ ସେଲ୍ସିୟସରୁ କମ ରହିଥାଏ | ଏତେ କମ ତାପମାତ୍ରାରେ ମଣିଷ କଣ କୌଣସି ଜୀବଜଗତ ତିଷ୍ଠିବା ସମ୍ଭବପର ନୁହେଁ । ଆହୁରି ମଧ୍ୟ ନେପଚୁନ ସୌରମଣ୍ଡଳ ଏମିତି ଏକ ଗ୍ରହ ଯାହାର ଭବିଷ୍ୟବାଣୀ ଗାଣିତିକ ସୂତ୍ରର ଆଧାରରେ ହିଁ କରାଯାଇଥିଲା ।

nepchun

କୁହାଯାଏ କି ଏହି ଗ୍ରହରେ ମିଥେନ ଗ୍ୟାସ ବାଦଲ ଅବସ୍ଥାରେ ଭାସିଥାନ୍ତି । ଏହି ଗ୍ରହରେ ପବନର ବେଗ ଅନ୍ୟ ଗ୍ରହମାନଙ୍କ ତୁଳନାରେ ଅଧିକ ଥାଏ | ଏଠି ପବନ ପ୍ରାୟ ଘଣ୍ଟାକୁ ୧୫୦୦ କିଲୋମିଟର ବେଗରେ ବୋହିଥାଏ । ନେପଚୁନ ଗ୍ରହର ବାୟୁମଣ୍ଡଳରେ କାର୍ବନ ଥିବା କାରଣରୁ ଏଠି ହୀରା ପରି ମୂଲ୍ୟବାନ ପଥର ଗୁଡିକର ବର୍ଷା ହୋଇଥାଏ । କିନ୍ତୁ ଯଦି ବି କୌଣସି ମଣିଷ ସେହି ଗ୍ରହରେ ପହଞ୍ଚିଯାଏ ତେବେ ବି ସେ ହୀରାକୁ ସଂଗ୍ରହ କରିପାରିବ ନାହିଁ । କାରଣ ଅତ୍ୟଧିକ ଥଣ୍ଡାରେ ସାଧାରଣ ମଣିଷ ତିଷ୍ଠି ହିଁ ପାରିବ ନାହିଁ । ନେପଚୁନର ପରିକ୍ରମାରେ କୌଣସି ବ୍ୟତିକ୍ରମ ପରିଲକ୍ଷିତ ହେବାରୁ ହିଁ ଏହି ଅଧୟନ କରାଯାଇଥିଲା ।

nepchun

ଏହି ଗ୍ରହଟିକୁ ପ୍ରଥମ ଥର ପାଇଁ ୧୮୪୬ ମସିହା ସେପ୍ଟେମ୍ବର ମାସ ୨୩ ତାରିଖରେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ହିଁ ଦେଖାଯାଇଥିଲା ଓ ସେସମୟରେ ଏହାର ନାମ ନେପଚୁନ ରଖାଯାଇଥିଲା । ରୋମାନ ଧର୍ମରେ ନେପଚୁନଙ୍କୁ ସମୁଦ୍ର ଦେବତା ଭାବରେ ଗଣାଯାଏ । ରୋମାନ ଧର୍ମ ଅନୁଯାୟୀ ନେପଚୁନଙ୍କ ହାତରେ ଏକ ତ୍ରିଶୂଳ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.