୨୦୨୦ ବର୍ଷରେ ଦର୍ଶକଙ୍କୁ ସିଲଭର ସ୍କ୍ରିନ୍ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁରକ ଯୋଡି ଦେଖିବାକୁ ମିଳିବ। ଦିଶା ଏବଂ ଆଦିତ୍ୟ ଫିଲ୍ମ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି। ଏହି ଫିଲ୍ମ ପ୍ରସ୍ତୁତିକୁ ନେଇ ଦିଶା ଏବଂ ଆଦିତ୍ୟଙ୍କ ଅଣ୍ଡର ଓ୍ଵାଟର କିସିଂଗ ସିନ୍ କୁ ନେଇ ଟ୍ରେନିଂ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଗୋଟିଏ ସିନ୍ ପାଇଁ ଦିଶା ଏବଂ ଆଦିତ୍ୟଙ୍କୁ ୧ ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ରହିବାକୁ ପଡିଥିଲା। ଯାହାକୁ ଗୋଟିଏ ଟେକ୍ ରେ ସୁଟ କରିବା ଖୁବ୍ କଷ୍ଟକର ଥିଲା। କାରଣ ଦିଶା ଏବଂ ଆଦିତ୍ୟ ପାଣି ଭିତରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ।
ଏହାପୂର୍ବରୁ ଦିଶା ପଟାନୀ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ସେ ଡ୍ରାଇଭିଂ ସୁଟ୍ ରେ ନଜର ଆସିଥିଲେ। ଏହି ଫଟୋକୁ ନେଇ ଦିଶା ଇନଷ୍ଟାଗ୍ରାମରେ ସେୟାର କରିବା ସହ ଲେଖିଥିଲେ, ‘ମଲଙ୍ଗ ପାଇଁ ସ୍ପେଶାଲ ଟ୍ରେନିଂ।’ ଏହି ଫଟୋରେ ଦିଶା ଡାର୍କ ବ୍ଲୁ ସୁଟ୍ ପିନ୍ଧିଥିବା ବେଳେ ତାଙ୍କ ସହ ଆଦିତ୍ୟ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋରେ ଉଭୟଙ୍କ ବ୍ୟାକଗ୍ରାଉଣ୍ଡରେ ସମୁଦ୍ର ମଧ୍ୟ ନଜର ଆସିଛି।
ଏହାପୂର୍ବରୁ କିଛି ଦିନ ପୂର୍ବରୁ ଥଫିଲ୍ମ ‘ମଲଙ୍ଗ’ ରେ ଅନିଲ କପୁରଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଅନିଲ କପୁର ନିଜେଏହି ଲୁକ୍ ନିଜର ଜନ୍ମଦିନରେ ସେୟାର କରିଥିଲେ। ଫଟୋ ଦେଖି ଏଭଳି ଲାଗୁଛି ଫିଲ୍ମରେ ଅନିଲ କପୁର ଜଣେ ଖରାପ ପୋଲିସ ଚରିତ୍ରରେ ଅଭିନୟ କରିଥିବା ଅନୁମାନ କରାଯାଉଛି। ଏହି ଫିଳ୍ମର ନିର୍ଦେଶନା ଦେଇଛନ୍ତି ମୋହିତ ସୁରୀ। ଏହାବ୍ୟତୀତ କୁନାଲ ଖେମୁ ମଧ୍ୟ ଏହି ଫିଳ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ସୂଚନା ମୁତାବକ ଫିଲ୍ମ ସୁଟିଂ ସମୟର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିବା ସହ ଏହି ସୁଟିଂ ସମୟରେ ଆସିତ୍ୟ ଏବଂ ଦିଶା ସ୍କୁଟରରେ ପୁରା ଗୋଆ ବୁଲିବାର ଖବର ମଧ୍ୟ ଶୁଣିବାକୁ ମିଳିଛି।