ସାପ ଗିଳିଦେଲା ପ୍ଲାଷ୍ଟିକ ବୋତଲ, ଯନ୍ତ୍ରଣାରେ ଛଟପଟ ହେଇ ଏମିତି ବଞ୍ଚାଇଲା ନିଜ ଜୀବନ ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ୩ ବର୍ଷ ପୁରୁଣା ଏକ ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଟିକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ନ ହେଇ ରହିପାରିବେ ନାହିଁ । ଭିଡିଓରେ ଦେଖାଯାଇଛି ଯେ ଏକ ନାଗ ସାପ ଏକ ପ୍ଲାଷ୍ଟିକ ବୋତଲକୁ ଗିଳିଦେଇଛି । ନିଜକୁ ଅସହଜ ଲାଗିବାରୁ ଖୁବ କଷ୍ଟରେ ସେ ବୋତଲ ଟିକୁ ବାହାରକୁ ବାହାର କରୁଛି । ବୋଧହୁଏ ସାପଟି ଖାଦ୍ୟ ଭାବି ଅଳିଆ ଗଦାରେ ପଡିଥିବା ଏକ କୋଲଡ୍ରିଙ୍କସ ବୋତଲକୁ ଗିଳିଦେଇଥିଲା । ଫଳରେ ବୋତଲଟି ଯାଇ ପେଟ ଭିତରେ ଅଟକି ଯାଇଥିଲା । ଏସମୟରେ ଗଭୀର ଯନ୍ତ୍ରଣାରେ ସାପଟି ଖୁବ ଅସ୍ତବ୍ୟସ୍ତ ହେଉଥିବାର ମଧ୍ୟ ନଜର ଆସିଛି । ପରେ ସାପଟିକୁ ଏପରି ଅବସ୍ଥାରେ ଦେଖି ଆଖପାଖର ଲୋକେ ତୁରନ୍ତ ଏକ ସାପ ଧରାଳୀକୁ ଡାକିଥିଲେ ।

ଖବର ପାଇ ଗୌତମ ଭଗତ ନାମକ ସାପ ଧରାଳି ଜଣକ ଘଟଣା ସ୍ଥଳରେ ପହଞ୍ଚି ବାନ୍ତି କରାଇ ସାପ ଶରୀରରୁ ବୋତଲକୁ ବାହାର କରିଥିଲେ । ଭିଡିଓଟିକୁ ଭାଇରଲ କରିଥିବା ବ୍ୟକ୍ତି ଜଣକ ନିଜ କ୍ୟାପ୍ସନରେ ଲେଖିଛନ୍ତି କି, ‘ଦେଖନ୍ତୁ କିପରି ଏକ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବୋତଲ ବନ୍ୟ ଜୀବ ମାନଙ୍କୁ ଗଭୀର କ୍ଷତି ପହଞ୍ଚାଉଛି । ଭିଡିଓ ଦେଖି ଆପଣ ମଧ୍ୟ ବିଚଳିତ ହୋଇପାରନ୍ତି । ପ୍ରକୃତରେ ଘଟଣାଟି ଘଟିଥିଲା ଗୋଆରେ । ଘଟିବାର ୩ ବର୍ଷ ପରେ ପୁଣି ଥରେ ଭିଡିଓଟି ଭାଇରଲ ହେବା ସହ ଏହାକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.