ଏଠାରେ ରହୁଥିବା ପିଲା ଗୁଗୁଲରେ ଖୋଜୁଛନ୍ତି ମରିବାର ଉପାୟ , କିଏ ନିଜ ଉପରେ ପେଟ୍ରୋଲ ପକାଇଲେ ତ କିଏ ଧାରୁଆ ଜିନିଷ ଖାଇଲେ

ଅଷ୍ଟ୍ରେଲିଆର ନାସରେ ଶରଣାର୍ଥି କେନ୍ଦ୍ରରେ ୯୦୦ଜଣ ଶରଣାର୍ଥୀ ରୁହନ୍ତି। ଏଥିମଧ୍ୟରେ ୧୨୦ ଜଣ ନାବାଳକ ଏବଂ ନାବାଳିକା ରହିଛନ୍ତି। ତେବେ ଏହି ପିଲା ମାନଙ୍କ ମଧ୍ୟରେ ଏକ ଗମ୍ଭୀର ସମସ୍ଯା ଦେଖିବାକୁ ମିଳିଛି। ଏହି ପିଲାମାନେ ଗୁଗୁଲରେ ମରିବାର ଉପାୟ ଖୋଜୁଥିବା  ଜଣାପଡ଼ୁଛି। ଇନଣ୍ଟରନ୍ଯାସନାଲ ହେଲଥ ଏଣ୍ଡ ମେଡ଼ିକାଲ ସର୍ଭିସେସ୍ ସହ ଜଡ଼ିତ ବୈଜ୍ଞାନିକ ଡ଼ା. ବେରନାନ ରୋନାଲ୍ଡୋ ଅଷ୍ଟ୍ରୋଲିଆ ଏଜେନ୍ସିକୁ କିଛି ଡ଼କ୍ଯୁମେଣ୍ଟରୀ ଦେଇଛନ୍ତି, ଯାହା ଦ୍ବାରା ଏହା ପ୍ରମାଣିତ ହୋଇଛି। ସେ ପ୍ରାୟ ବର୍ଷେ ହେବ ବିଭିନ୍ନ ଶରଶାର୍ଥି କେନ୍ଦ୍ର ଗୁଡ଼ିକରେ ରହୁଥିବା ଲୋକଙ୍କୁ ନେଇ ଏହି ପରୀକ୍ଷା କରୁଥିଲେ।

ଡ଼ା. ରୋନାଲ୍ଡୋଙ୍କ କହିବା ଅନୁଯାୟୀ , ଚଳିତ ବର୍ଷ ଜୁନରେ ଶରଣାର୍ଥି କେନ୍ଦ୍ରରେ ରହୁଥିବା ଜଣେ ୧୪ବର୍ଷର ନାବାଳକ ନିଜ ଉପରେ ପେଟ୍ରୋଲ ପକାଇ ଜୀବନ ତ୍ଯାଗ କରିବାକୁ ଚେଷ୍ଟା କରିଥିଲେ। ଖାଲି ତାହା ନୁହଁ , ୧୦ ବର୍ଷର ଜଣେ ନାବାଳିକା ନିଜର ଜୀବନ ଦେବାପାଇଁ କୌଣସି ଧାରୁଆ ଜିନିଷକୁ ଖାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ :  ବର୍ବରତାର ସୀମା ଟପିଲା ପୋଲିସ୍ : ବୃଦ୍ଧାଙ୍କ ଚୁଟି ଧରି ତଳେ ପକାଇବା ସହ ମାରିଲା ମାଡ

ଏହି କେନ୍ଦ୍ରରେ ରହୁଥିବା ଅଧିକାଂଶ ପିଲା ନିଜର ଜୀବନ ନେବା ପାଇଁ ଗୁଗୁଲରେ ଉପାୟ ସର୍ଚ୍ଚ କରିଥାନ୍ତି। ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ଡ଼ା. ରୋନାଲ୍ଡୋ। ପିଲାମାନେ ବଞ୍ଚିବା ଯେପରି ଛାଡ଼ି ହିଁ ଦେଇଛନ୍ତି। ସେମାନେ ଖାଇବାପିଇବା , ବୁଲିବାଖେଳିବା ସହ କାହା ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଛନ୍ତି। ସେମାନେ ଦିନ ଯାକ କେବଳ ଖଟରେ ପଟି ରହିଥାନ୍ତି। ଏଣୁ ଏବେ ଏହି ପିଲାମାନଙ୍କର ଯତ୍ନର ଦାୟିତ୍ବ ସେ ନେଇଛନ୍ତି।

Leave A Reply

Your email address will not be published.