Below header

Google Maps ଜଣାଇବ କେଉଁଠି ଖାଲି ଅଛି ପାର୍କିଙ୍ଗ୍‌ ସ୍ପେସ୍‌, ଫଲୋ କରନ୍ତୁ ଏହି ସହଜ ଟିପ୍ସ

ଏମିତି ଅନେକ ସମୟରେ ଦେଖାଯାଏ, ଆପଣ ଯେଉଁଠାକୁ ବି ବାହାରିଥାଆନ୍ତି, ସେଠି ପହଞ୍ଚିବା ପରେ ପାର୍କିଂ ସ୍ପେସ୍‌ ଉପଲବ୍ଧ ନ ଥାଏ, ଯାହାଫଳରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଆପଣ ଆଉ ସେଭଳି ଅସୁବିଧାରେ ପଡ଼ିବେ ନାହିଁ। କାରଣ, Google Maps ଆପଣଙ୍କ ପାଇଁ ନେଇଆସିଛି ଏକ ବଢ଼ିଆ ଫିଚର, ଯଦ୍ଦ୍ଵାରା ଆପଣ ଖାଲି ପାର୍କିଂ ସ୍ପେସ୍‌ ଯାଞ୍ଚ କରିପାରିବେ।

4

ହଁ, Google Mapsର ଏହି ଫିଚର ଜରିଆରେ ଆପଣ ଲୋକେଶନରେ ପାର୍କିଂ ସ୍ପେସ୍‌ ଖାଲି ଅଛି କି ନାହିଁ, ତାହା ଖୁବ୍‌ ସହଜରେ ଯାଞ୍ଚ କରିପାରିବେ। ଯଦି ଆପଣ ଏହି ଫିଚରକୁ ଏ ପଯ୍ୟର୍ନ୍ତ ବ୍ୟବହାର କରିନାହାନ୍ତି, ତା’ହେଲେ ଆପଣଙ୍କୁ ଷ୍ଟେପ୍‌-ବାଇ-ଷ୍ଟେପ୍‌ ଗାଇଡ୍‌ ଫଲୋ କରିବାକୁ ହେବ। ତେବେ ଗୋଟିଏ କଥାକୁ ଧ୍ୟାନ ଦେବାକୁ ହେବ ଯେ ଯେପରି Google Maps ଆପଣଙ୍କୁ ଏମିତି ପାର୍କିଂ ସ୍ପେସ୍‌ ସଜେଷ୍ଟ୍‍ ନ କରୁ, ଯେଉଁଠି ଜାଗା ଖୋଜିବା ଆପଣଙ୍କ ପାଇଁ ଖୁବ୍‌ ମୁସ୍କିଲ ହୋଇପଡ଼ିବ।

3

ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନ୍‌ରେ Google Mapsର ଲାଟେଷ୍ଟ୍‍ ଭର୍ସନ୍‌ ଇନ୍‌ଷ୍ଟଲ୍‌ କରନ୍ତୁ। ନଚେତ୍‌ ପ୍ଲେ ଷ୍ଟୋର୍‌ କିମ୍ବା ଆପ୍‌ ଷ୍ଟୋର୍‌ ଯାଇ ଆପଣଙ୍କ ଆପ୍‌ ଅପ୍‌ଡେଟ୍‌ କରାଇ ନିଅନ୍ତୁ। ସ୍ମାର୍ଟଫୋନ୍‌ରେ ଇଣ୍ଟରନେଟ୍‌ କନେକ୍ଟିଭିଟି ଛଡ଼ା ଲୋକେଶନ ସର୍ଭିସ୍‌ ମଧ୍ୟ ଆକ୍ଟିଭେଟ୍‌ ହେବା ଜରୁରୀ। ଏହାପରେ ଆପଣଙ୍କୁ କିଛି ଷ୍ଟେପ୍ସ ଫଲୋ କରିବାକୁ ପଡ଼ିବ।

2

-ପ୍ରଥମେ Google Maps ଓପନ୍‌ କରନ୍ତୁ ଏବଂ ଏଥିରେ ଲୋକେଶନ ଏଣ୍ଟର୍‌ କରନ୍ତୁ।

-ଏବେ ତଳେ ଦେଖାଯାଉଥିବା ‘ଡାଇରେକ୍ସନ’ ବଟନ୍‌ ଉପରେ ଟ୍ୟାପ୍‌ କରନ୍ତୁ।

-ଏହାପରେ ସବୁଠାରୁ ତଳେ ଦେଖାଯାଉଥିବା ‘Start’ ବଟମ୍‌ ବାର୍‌କୁ ସ୍ଲାଇଡ୍‌ କରନ୍ତୁ।

-ଏବେ ଆପଣଙ୍କୁ ପାର୍କିଙ୍ଗ୍‌ର ‘P’ ସିମ୍ବଲ୍‌ ଦେଖାଯିବ, ଯାହାକି ଆପଣଙ୍କ ଡେଷ୍ଟିନେଶନ୍‌ ଆଖପାଖରେ ପାର୍କିଙ୍ଗ୍‌ ସ୍ପେସ୍‌ ସହଜରେ ଉପଲବ୍ଧ ଅଛି ନା ନାହିଁ ଜଣାପଡ଼ିବ। କୌଣସି ବି ଲୋକେଶନକୁ ସର୍ଚ୍ଚ କରିବା ପରେ ଦେଖାଯାଉଥିବା ‘P’ ଆଇକନ୍‌ ଆପଣଙ୍କୁ ପାର୍କିଙ୍ଗ୍‌ ଉପଲବ୍ଧତା ବିଷୟରେ ଜଣାଇଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.