Below header

ଆପଣଙ୍କ ପେଟରେ ବି କଣ ଅସହ୍ୟ ଯନ୍ତ୍ରଣା ହେଉଛି , ତେବେ ରୋଷେଇ ଘରେ ଥିବା ଜିନିଷରେ କରନ୍ତୁ ସରଳ ଚିକିତ୍ସା

ଅନେକ ସମୟରେ ହଟାତ ପେଟରେ ଦରଜ ହେବା ଆରମ୍ଭ ହେଇଯାଏ । କେବେକେବେତ ଯନ୍ତ୍ରଣା ଏତେ ଅସହ୍ୟ ହୋଇପଡେ ଯେ ସହିବା କଷ୍ଟକର ହୋଇପଡେ । ଅଧିକାଂଶ ସମୟରେ ଆମେ ଏହା ପଛର କାରଣ ବିଷୟରେ ଜାଣିପାରିନଥାଉ । ଡାକ୍ତରଙ୍କ ପରାମର୍ଶ ନେବା ପରେ ରୋଗ ବିଷୟରେ ଜାଣି ଏହାର ଚିକିତ୍ସା ଆରମ୍ଭ କରାଯାଏ । କୁହାଯାଏ କି ପେଟ କାଟିବାର ଆଉ ଏକ କାରଣ ହେଉଛି ପେଟରେ ପୋକ ହେବା । ଏହି କାରଣରୁ ଖାଦ୍ୟ ପାଚନ ନହେବା, ବାନ୍ତି ଲାଗିବା, ଜିଭ ପିତା ଲାଗିବା, ଦୁର୍ବଳ ଲାଗିବା ପରି ଲକ୍ଷଣ ମନ ଦେଖାଦିଏ ।

ସାଧାରଣତଃ ପିଲାଙ୍କ ଠାରେ ଏହି ରୋଗ ମାଟି ଖାଇବା, ଦୂଷିତ ଭୋଜନ କରିବା , ଅପରିଷ୍କାର ଡ୍ରେସ ପିନ୍ଧିବା, ଶରୀରରକୁ ସଫାସୁତରା ନରଖିବା, ବାହାରର ଦୂଷିତ ଖାଦ୍ୟ ଖାଇବା ଯୋଗୁଁ ହିଁ ହୋଇଥାଏ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖାଦେଉଥିଲେ ମଧ୍ୟ ପିଲାଙ୍କ ଠାରେ ହିଁ ଅଧିକ ହୋଇଥାଏ ।

stomach

କେମିତି ଜାଣିବେ ପେଟରେ ପୋକ ହେଇଛି ବୋଲି:

୧. ଜିଭ ଧଳା ଦେଖାଯିବା ଓ ଆଖି ଲାଲ ପଡିଯିବା

୨. ଓଠ ଧଳା ଦେଖାଯିବା, ଗାଲରେ ଦାଗ ହେଇଯିବା, ଶରୀରର ବିଭିନ୍ନ ସ୍ଥାନରେ ଦରଜ ହେବା

୩.ମଳଦ୍ୱାର ନିକଟବର୍ତ୍ତୀ ଅଞ୍ଚଳରେ କୁଣ୍ଡାଇ ହେବା

୪. ମଳ ତ୍ୟାଗ ବେଳେ ରକ୍ତ ପଡିବା ଓ ଦିନର ଅଧିକାଂଶ ସମୟରେ ବାନ୍ତି ଲାଗିବା

Woman with stomach ache

କଣ କରିବେ ଘରୋଇ ଉପଚାର;

-ପେଟ ପୀଡାରୁ ରକ୍ଷା ପାଇବାର ସବୁଠୁ ଭଲ ମାଧ୍ୟମ ହେଉଛି ସ୍ୱଚ୍ଛତା ରଖିବା । ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇବା,,ଖାଦ୍ୟ ପଦାର୍ଥକୁ ଘୋଡ଼ାଇ ରଖିବା, ସଡକ କଡରେ ମିଳୁଥିବା ଖାଦ୍ୟରୁ ଦୂରତା ରକ୍ଷା କରିବା ।

– ଅଧଚାମଚ ହଳଦୀ ନେଇ ଏକ ତାୱାରେ ଗରମ କରି ଦିଅନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ ପାଣି ସହ ସେବନ କରନ୍ତୁ ।

– ଘୋଳ ଦହିରେ କଳା ଲୁଣ ଓ ଗୋଲ ମରିଚ ଗୁଣ୍ଡ ପକାଇ ପ୍ରତିଦିନ ଭୋଜନ ପରେ ଗ୍ରହଣ କରନ୍ତୁ ।

– ଗୋଟେ ଚାମଚ କଲରା ରସରେ ଗରମ ପାଣି ମିଶାଇ ପିଅନ୍ତୁ ।

stomach

– ଦୁଇ ଚାମଚ ବେଦନା ରସ ପ୍ରତିଦିନ ଗ୍ରହଣ କଲେ ମଧ୍ୟ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ ।

– କିଛି ଜୁଆଣିକୁ ପାଣି ସହ ପ୍ରତିଦିନ ସେବନ କରନ୍ତୁ

– ପିଲା ମାନଙ୍କୁ ଅଧା ଚାମଚ ଲେଖାଏ ପିଆଜ ରସ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ପିଇଲେ ମଧ୍ୟ ଖୁବ ଲାଭ ମିଳିଥାଏ ।

– ରସୁଣର ଚଟଣି ବନେଇ କିଛି ସୈନ୍ଧର୍ବ ଲବଣ ସହ ପ୍ରତିଦିନ ସେବନ କଲେ ମଧ୍ୟ ଖୁବ ଫାଇଦା ମିଳେ ।

– ବସା ଦହିରେ ମହୁ ମିଶେଇ ସକାଳ ସନ୍ଧ୍ୟାରେ ଖାଇବା ଦ୍ୱାରା ପେଟର ପୋକ ମରି ଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.