ଆର ପାରିରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଅନେକ ସିନେମା କରି ପାଇଥିଲେ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ୍): ଅନେକ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ଭେଟି ଦେଇଥିବା ମନେମୋହନ ମହାପାତ୍ର ଆଉ ନାହାନ୍ତି । ବହୁ କଳାଜୟୀ ସିନେମାର ନିର୍ଦ୍ଦେଶନା ଦେଇ ମନମୋହନ ଜାତୀୟ ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । କିଛି ଦିନ ତଳେ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଭିଜା ମାଟିର ସ୍ବର୍ଗ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ମୃତ୍ୟୁ ବେଳକୁ ମନମୋହନଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ଶୀତରାତି, ନିରବ ଝଡ଼, କ୍ଳାନ୍ତ ଅପରାହ୍ନ ଭଳି ଫିଲ୍ମ ହେଉଛି ତାଙ୍କର ଅନନ୍ୟ କୃତି । ଅନ୍ୟ ସିନେମାଗୁଡ଼ିକ ହେଲା ମଝି ପାହାଚ, ନିଷିଦ୍ଧ ସ୍ୱପ୍ନ, ଆଣ୍ଟି ମେମୋରିଜ୍‌, ଭଏସ୍‌ ଅଫ୍‌ ସାଇଲେଣ୍ଟ, କୋଣାର୍କ : ଦ ସନ୍‌ ଟେମ୍ପୁଲ, କିଛି ସ୍ମୃତି କିଛି ଅନୁଭୂତି, ଅନ୍ଧ ଦିଗନ୍ତ, ବିନୟ ସମୟ, ଅଗ୍ନି ବୀଣା, ମୁହୂର୍ତ୍ତ ।

୮ଟି ଜାତୀୟ ପୁରସ୍କାର ପାଇଛନ୍ତି ମନମୋହନ । ମନମୋହନଙ୍କ ବିୟୋଗରେ ଓଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ସିନେ ବ୍ୟକ୍ତିତ୍ୱ ତାଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ବିଶିଷ୍ଟ ବ୍ୟକ୍ତି, ସଂସ୍କୃତି ସଚିବ ତାଙ୍କ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଶୋକ ପ୍ରକାଶ କରିଛନ୍ତି ।ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.