ଜାରି ହେଲା ‘ମୁମ୍ବାଇ ସାଗା’ର ନୂଆ ପୋଷ୍ଟର, ବହୁତ ଦିନ ପରେ ୟଙ୍ଗ୍ ଆଙ୍ଗ୍ରିମ୍ୟାନ୍ ଲୁକ୍ରେ ନଜର ଆସିଲେ ଜନ୍ ଆବ୍ରାହମ୍
ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୁମ୍ବାଇ ସାଗା’ର ନୂଆ ପୋଷ୍ଟର ରିଲିଜ୍ ହୋଇଛି। ଏହି ନୂଆ ପୋଷ୍ଟର ମାଧ୍ୟମରେ ଜନ୍ ଆବ୍ରାହମ୍ଙ୍କ ଲୁକ୍ ଉପରୁ ପରଦା ଉଠିଛି। ପୋଷ୍ଟରରେ ଜନ୍ ଏକ ଦମ୍ଦାର ଲୁକ୍ରେ ନଜର ଆସିଛନ୍ତି। ସେ ଏକ ଚେୟାର ଉପରେ ଗୋଡ଼ ଉପରେ ଗୋଡ଼ ଥୋଇ ବସିଛନ୍ତି। ଜନ୍ଙ୍କ ଏହି ନିଆରା ଅନ୍ଦାଜ୍ଙ୍କୁ ସୋସିଆଲ ମିଡିଆ ୟୁଜର ଖୁବ୍ ପ୍ରସନ୍ଦ କରୁଥିବା ଦେଖାଯାଇଛି। ସେ ମଥାରେ ନାଲି ତିଳକ ଲଗାଇଥିବା ବେଳେ ଦାଢ଼ିରେ ଭିନ୍ନ ଲୁକ୍ ଦେଉଛନ୍ତି। ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ଟ୍ଵିଟରରେ ଏହି ପୋଷ୍ଟର ସେୟାର କରିଛନ୍ତି।
One of my favourite moments from MUMBAI SAGA.
And of course Mr. Abraham like never before. 😊😊😊 pic.twitter.com/ooKz6wvt1l— Sanjay Gupta (@_SanjayGupta) January 13, 2020
‘ମୁମ୍ବାଇ ସାଗା’ ମାଧ୍ୟମରେ ପୁଣିଥରେ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ୧୯୮୦-୯୦ ଦଶକରେ ମୁମ୍ବାଇରେ ଚାଲିଥିବା ଗ୍ୟାଙ୍ଗ୍ଓ୍ଵାରର କାହାଣୀକୁ ପରଦାକୁ ଆଣିଛନ୍ତି। ଫିଲ୍ମରେ ଜନ୍ ଆବ୍ରାହମ୍ଙ୍କ ସମେତ ଇମରାନ୍ ହାସ୍ମୀ, ଜ୍ୟାକି ଶ୍ରଫ୍, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ଦର, ଗୁଲସନ୍ ଗ୍ରୋବର, ରୋନିତ ରୟ ଓ ଅମୋଲ ଗୁପ୍ତେଙ୍କୁ ଦେଖିବାକୁ ମିଳିବ।
IT’S OFFICIAL… John Abraham and Emraan Hashmi in #MumbaiSaga… The gangster drama is set in the 1980s and 1990s… Costars Jackie Shroff, Suniel Shetty, Prateik Babbar, Gulshan Grover, Rohit Roy and Amole Gupte… Directed by Sanjay Gupta… contd in next tweet… pic.twitter.com/u1UENcWxf6
— taran adarsh (@taran_adarsh) June 14, 2019
ପୂର୍ବରୁ ହ୍ରିତିକ୍ ରୋଶନ ଓ ୟାମି ଗୌତମଙ୍କ ଫିଲ୍ମ କାବିଲରେ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଗୁପ୍ତା। ସଞ୍ଜୟ ଗୁପ୍ତାଙ୍କୁ ଗ୍ୟାଙ୍ଗ୍ଷ୍ଟର ଫିଲ୍ମର ମହାରଥୀ ବୋଲି କୁହାଯାଏ।
ସେ କାଣ୍ଟେ, ସୁଟ୍ଆଉଟ୍ ଆଟ୍ ବଡାଲା ଓ ସୁଟ୍ଆଉଟ୍ ଆଟ୍ ଲୋଖଣ୍ଡଓ୍ଵାଲାରେ ନିର୍ଦ୍ଦେଶନା ଦେଇଥିଲେ। ଜୁନ୍ ୧୯ ତାରିଖରେ ‘ମୁମ୍ମାଇ ସାଗା’ ହଲ୍କୁ ଆସିବ।