ଦୁଷ୍କର୍ମ ଅଭିଯୋଗରେ ଦୀର୍ଘ ୧୦ମାସ ହେଲା ଜେଲରେ ରହୁଥିବା ଯୁବକ ପାଲଟିଲେ ବର, ଅଭିଯୋଗକାରିଣୀଙ୍କ ସହିତ କଲେ ବିବାହ

କରଞ୍ଜିଆ: ଦୁଷ୍କର୍ମ ଅଭିଯୋଗରେ ଦୀର୍ଘ ୧୦ମାସ ହେଲା ଜେଲରେ ରହୁଥିବା ଯୁବକ ପାଲଟିଲେ ବର । ଏବେ ଅଭିଯୁକ୍ତ ଯୁବକ ଓ ଅଭିଯୋଗକାରୀ ଯୁବତୀଙ୍କ ମଧ୍ଯରେ ବିବାହ ଅନୁଷ୍ଠିତ ହେବା ସହ ଉଭୟ ପରିବାର ଭିତରେ ଥିବା ମନମାଳିନ୍ଯ ଦୂର ହୋଇଛି । ଫଳରେ ଉଭୟ ପରିବାର ଭିତରେ ବନ୍ଧୁତ୍ବ ସ୍ଥାପନ ହୋଇଛି । ଖୋଦ ଜେଲ୍ ସୁପରିଟେଣ୍ଡେଣ୍ଟ ଓ କରଞ୍ଜିଆ ଅତିରିକ୍ତ ଜିଲ୍ଲା ଦୌରା ଜଜ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଉଭୟ ପରିବାର ଏବଂ ଓକିଲ ଏନେଇ ନିଜର ଆଭିମୁଖ୍ଯ ସ୍ପଷ୍ଟ କରିଥିଲେ । ଏହାପରେ ଜେଲ ପରିସରରେ ଆଇନ୍‌ଗତ ଭାବେ ବିବାହ ହୋଇଛି ।

mrgସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ସାରିପଦା ଗାଁର କୁମାର ହାମ୍ବ୍ରମ । ସେହିପରି ଅଭିଯୋଗକାରିଣୀ ଯୁବତୀ ଜଣଙ୍କ କରଞ୍ଜିଆ ଥାନା ମିରିଗିନେଣ୍ଡି ଗାଁର। ତେବେ ଉଭୟଙ୍କ ଭିତରେ ପ୍ରଥମରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ଦୁର୍ଭାଗ୍ୟ ବଶତଃ କିଛି ଷଡଯନ୍ତ୍ରରେ ଉଭୟ ଫସି ଯାଇଥିଲେ । ତେବେ ବର୍ତ୍ତମାନ ସବୁ ସମସ୍ଯାର ସମାଧାନ ହେବା ସହ ଉଭୟ ଖୁସିରେ ସାରା ଜୀବନ ଏକାଠି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.