ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହେଲା ”Khelo India Youth Games”

ଗୌହାଟୀ ଠାରେ ଆୟୋଜିତ ହୋଇଥିବା ”ଖେଲୋ ଇଣ୍ଡିଆ ୟୁଥ ଗେମ ”ର ତୃତୀୟ ସିଜିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବୁଧବାର ସମ୍ପର୍ଣ୍ଣ ହୋଇଯାଇଛି । ୭୮ ଟି ସ୍ବର୍ଣ୍ଣ ସମେତ ମୋଟ ୨୫୬ ପଦ ସହ ମହାରାଷ୍ଟ୍ର ଦଳ ପଦକ ତାଲିକାର ଶୀର୍ଷରେ ରହିବା ସହ ଚମ୍ପିୟାନ ହୋଇଛି । ଏହି ୧୩ ଦିନିଆ ଖେଳରେ ଏହି ଦଳ ସମୁଦାୟ ୭୮ ଟି ସ୍ବର୍ଣ୍ଣ, ୭୭ ଟି ରୌପ୍ୟ, ୧୦୧ ଟି ବ୍ରୋଞ୍ଜ ପଦକ ହାସିଲ କରିବା ସହ ଲଗାତାର ୨ୟ ଥର ଟ୍ରଫି ହାସିଲ କରିଛନ୍ତି ।

youth game

ଯେବେକି ହରିୟାଣା ଦଳ ୨୦୦ ପଦକ ସହ ୨ୟ ସ୍ଥାନରେ ଥିବା ବେଳେ ୧୨୨ ପଦକ ସହ ଦିଲ୍ଲୀ ୩ୟ ସ୍ଥାନରେ ରହିଛି । ସମାପନ ସମାରୋହରେ ଚୀନର ଭୁଶୁ ମାର୍ଶାଲ ଆର୍ଟର କଳାକାର ମାନେ ମଧ୍ୟ ଅତ୍ୟନ୍ତ ଉଚ୍ଚ କୋଟିର ପ୍ରଦର୍ଶନ କରିଥିଲେ । ଜାନୁଆରୀ ୧୦ ତାରିଖରେ ଆରମ୍ଭ ହୋଇଥିବା ଏହି ଖେଳରେ ୩୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୬୮୦୦ ଖେଳାଳି ଭାଗ ନେଇଥିଲେ । ଏଥିରେ ୨୦ ପ୍ରକାର ଖେଳର ଆୟୋଜନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.