ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ : ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

ମୁମ୍ବାଇ :  ଆଗାମୀ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ରୋହିତ ଶର୍ମା । ଶିଖର ଧବନ ଉପଅଧିନାୟକ ରହିବେ । ଟିମ୍‌ରେ ପେସ୍‌ ବୋଲର ଖଲିଲ ଅହମ୍ମଦ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଦୁବାଇ ଓ ଆବୁଧାବିରେ ଏସିଆ କପ୍‌ ଆରମ୍ଭ ହେବ । ସେପ୍ଟେମ୍ବର ୧୮ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଖେଳିବ । ୧୯ ତାରିଖ ଦିନ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ୨୮ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ । ୨୦୧୬ରେ ଭାରତ ପାକିସ୍ତାନକୁ ହରାଇ ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ସର୍ବାଧିକ ୬ ଥର ଏସିଆ କପ୍‌ ଚାମ୍ପିଅନ୍‌ ହୋଇଛି । ୧୯୮୪ରେ ଆରମ୍ଭ ହୋଇଥିଲା ଏସିଆ କପ୍‌ ।

ଏସିଆ କପ୍ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧବନ (ଉପଅଧିନାୟକ), ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୟଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, ସାର୍ଦ୍ଦୁଲ ଠାକୁର, ଖଲିଲ ଅହମଦ ।

Leave A Reply

Your email address will not be published.